ନୀଳଗାଈ ବାଛୁରୀକୁ ଜୀବନ୍ତ ଗିଳିଦେଲା ୧୨ ଫୁଟର ଅଜଗର

Published By : Prameya-News7 Bureau | September 06, 2020 IST

ମୋରାଦାବାଦ ୦୬/୦୯ : ଉତ୍ତର ପ୍ରଦେଶ ଅମରୋହା ଜିଲ୍ଲା ଆଦମପୁର ଥାନା ଅନ୍ତର୍ଗତ ମାଳିପୁରା ଗାଁରେ ଆଖୁ କିଆରୀ ଭିତରେ ଏକ ୧୨ ଫୁଟ୍ର ଅଜଗର ନୀଳ ଗାଈକୁ ଗିଳି ପକାଇଲା | ଯେତେବେଳେ ଅଜଗର ଶିକାର କରୁଥିଲେ ସେତେବେଳେ ଜଣେ ଚାଷୀଙ୍କ ଝିଅମାନେ ତାକୁ ଦେଖିଥିଲେ | ଚାଷୀଙ୍କ ଝିଅମାନେ ନୀଳ ଗାଈକୁ ସାପ ଶିକାର କରୁଥିବା ଦେଖି ଭୟରେ ସେଠୁ ଚିତ୍କାର କରି ଦୌଡ଼ିଥିଲେ | ଯେତେବେଳେ ଗ୍ରାମବାସୀ ସେଠାରେ ପହଞ୍ଚିଲେ ସେତେବେଳେ ଅଜଗର ନୀଳ ଗାଈକୁ ଗିଳି ସାରିଥିଲା |  ଏହାପରେ ଗ୍ରାମବାସୀ ବନବିଭାଗକୁ ସୂଚନା ଦେଇଥିଲେ | କିନ୍ତୁ ଅନେକ ସମୟ ଯାଏଁ ଅପେକ୍ଷା କରିବା ସତ୍ୱେ ବନବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିନଥିଲେ |

ଏହାପରେ ଗ୍ରାମବାସୀ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀ ପୋଲିସ ଉପସ୍ଥିତିରେ ଅଜଗରର ଲାଞ୍ଜ ଧରି ତାକୁ ଘୋଷାଡ଼ିବା ଆରମ୍ଭ କରିଥିଲେ | ଅଜଗର ନ ମରିବା ଯାଏଁ ତାକୁ ଗାଁଲୋକେ ଘୋଷାଡ଼ି ଥିଲେ | ଏହାପରେ ଅଜଗରକୁ ଗତ ଖୋଳି ପୋତି ଦେଇଥିଲେ |

{"id":325677,"sizeSlug":"large"}

ଶନିବାର ଅପରାହ୍ନରେ ଚାଷୀ ଦେବଦତ୍ତଙ୍କ ଦୁଇ ଝିଅ ହିମାନସି ଓ ଲକ୍ଷ୍ମୀ ଆଖୁ କିଆରୀକୁ କାମ କରିବାକୁ ଯାଇଥିଲେ | କାମ କଲାବେଳେ ଦୁଇ ଭଉଣୀ କ୍ଷେତରେ ଏକ ୧୨ ଫୁଟ ଲମ୍ବର ଅଜଗର ଦେଖିଥିଲେ | ଅଜଗର କୌଣସି ଏକ ବନ୍ୟଜୀବକୁ ଗିଳୁଥିବାର ସେମାନେ ଦେଖିଥିଲେ | ଅଜଗରକୁ ଦେଖି ହିମାନସି ବେହୋସ ହୋଇଯାଇଥିଲେ | ଲକ୍ଷ୍ମୀ ଚିତ୍କାର କରି ସେଠାରୁ ଦୌଡ଼ି ଯାଇ ଗ୍ରାମବାସୀଙ୍କୁ ଡାକିଥିଲେ | ଲକ୍ଷ୍ମୀଙ୍କ ଚିତ୍କାର ଶୁଣି ଆଖପାଖ କ୍ଷେତରେ କାମ କରୁଥିବା ଚାଷୀ ଦୌଡ଼ି ଆସିଥିଲେ | ସେମାନେ ଆସି ଯାହା ଦେଖିଲେ ଚକିତ ହୋଇଗଲେ | ସେତେବେଳେ ଅଜଗର ନୀଳ ଗାଈକୁ ଗିଳି ସାରିଥିଲା |

{"id":325678,"sizeSlug":"large"}

ଏହାପରେ ଲୋକେ ଅଜଗରର ଲାଞ୍ଜ ଧରି ତାକୁ ଘୋଷାଡ଼ି ଘୋଷାଡ଼ି ଜଙ୍ଗଲ ଆଡକୁ ନେଇଯାଇଥିଲେ | ରାସ୍ତାରେ ହିଁ ତାର ମୃତ୍ୟୁ ହୋଇଥିଲା | ଏହାପରେ ଗଙ୍ଗା କୂଳ ନିକଟସ୍ଥ ଏକ ଜଙ୍ଗଲରେ ତାକୁ ପୋତି ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.