Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଲରେ ପଡିଲା ୧୨ଫୁଟିଆ ଅଜଗର, ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ

8/08/2020 at 4:50 PM

ସୋର ୮।୮: ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଂଚାୟତ ସାଉଣ୍ଡିଆ ଗ୍ରାମର ସରୋଜ ଭୂଇଁଆ ମାଛ ଧରିବା ପାଇଁ ବିଲରେ ଏକ ଜାଲ ବସାଇଥିଲେ । ମାତ୍ର ଆଜି ଜାଲରେ ଏକ ବିରାଟ ଅଜଗର ସାପ ପଡିଥିବା ଦେଖି ଭୟଭୀତ ହୋଇ ଗ୍ରାମବାସୀଙ୍କୁ ଡାକିଥିଲେ ।

ଗ୍ରାମବାସୀ ଔପଦା ରେଞ୍ଜରରେ ଥିବା ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ସାପଟିକୁ ଉଦ୍ଧାର କରି କୁଲଡିହା ଜଙ୍ଗଲରେ ଛାଡିଥିବାର ସୁଚନା ମିଳିଛି ।

   Related Posts