Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଧରାପଡିଲେ ୧୨ ନକଲି ଶିକ୍ଷକ, ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ

2/09/2020 at 4:21 PM

କେନ୍ଦୁଝର ୨।୯: କେନ୍ଦୁଝରରେ ଧରାପଡିଲେ ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ କରିଥିବା ୧୨ ଜଣ ବିଇଡି ଡିଗ୍ରୀଧାରୀ ଚୁକ୍ତିଭିତ୍ତିକ ଶିକ୍ଷକ । ଚୁକ୍ତି ଭିତ୍ତିକ ଶିକ୍ଷକମାନେ ୩ ବର୍ଷ ଚାକିରୀ କରିବା ପରେ କନିଷ୍ଠ ଶିକ୍ଷକଙ୍କ ମାନ୍ୟତା ପାଇଥାନ୍ତି । ଏହି କ୍ରମରେ ଶିକ୍ଷକମାନଙ୍କର ପ୍ରମାଣ ପତ୍ର ଯାଞ୍ଚ ହେଉଥିବା ସମୟରେ ୧୨ ଜଣ ଶିକ୍ଷକଙ୍କର ପ୍ରମାଣ ପତ୍ର ଜାଲ ବୋଲି ଜଣାପଡିଛି । ଏମାନଙ୍କ ସମସ୍ତଙ୍କର ପ୍ରମାଣ ପତ୍ର କୁରୁକ୍ଷେତ୍ର, ଗୌହାଟୀ ଓ ବୁନ୍ଦେଲଖଣ୍ଡ ୟୁନିଭରସିଟିର ବୋଲି ଜଣାପଡିଛି ।

ଏହି ୧୨ ଜଣଙ୍କ ମଧ୍ୟରୁ ୪ ଜଣ ଶିକ୍ଷୟିତ୍ରୀ ଓ ୮ ଜଣ ଶିକ୍ଷକ ରହିଛନ୍ତି । ଏମାନେ ସମସ୍ତେ ଏବେ ଜିଲ୍ଲାର ଯୋଡା, ବାଂଶପାଳ, ଘଷିପୁରା ଓ ହରିଚନ୍ଦନପୁର ଇତ୍ୟାଦି ବ୍ଲକର ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ଅଛନ୍ତି । ଏହି ଜାଲ ପ୍ରମାଣ ପତ୍ର କଥା ଜଣା ପଡିବା ପରେ ସଂପୃକ୍ତ ଅଞ୍ଚଳରେ ବିଇଓମାନଙ୍କୁ ଏହି ଶିକ୍ଷକମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ନିର୍ଦ୍ଦେଶ ଦେଇଛନ୍ତି । 

   Related Posts