Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜ୍ରାଘାତରେ ୧୨ ଜଣଙ୍କ ମୃତ୍ୟୁ : ୭୨ ଘଣ୍ଟା ପାଇଁ ଆଲର୍ଟ ଜାରି

8/07/2020 at 5:28 PM

ପାଟଣା ୦୮/୦୭ : ବିହାରରେ ବଜ୍ରାଘାତ ପୁଣି ଲୋକଙ୍କ ପ୍ରାଣ ନେଇଛି | ବୁଧବାର ଅପରାହ୍ନ ସାଢେ ୩ଟା ସମୟରେ ବଜ୍ରାଘାତରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି | ବେଗୁସରାୟର ୭ ଜଣ, ଭଗଲପୁରର ଜଣେ, ମୁଙ୍ଗେରର ଜଣେ, କେମୁରର ଜଣେ, ଯାମୁଇର ଜଣେ ଏବଂ ଗୟାର ଜଣେ ସାମିଲ ଅଛନ୍ତି | ଚଳିତ ମୌସୁମୀରେ ବିହାରରେ ବଜ୍ରାଘାତ ଯୋଗୁଁ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି | ଜୁନ ୨୫ ତାରିଖରେ ଗୋଟିଏ ଦିନରେ ବଜ୍ରାଘାତରେ ୧୦୭ ଜଣଙ୍କ ମୃତ୍ୟୁ ହୋଇଥିଲା |

ଭାରତ ସରକାର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ବିହାରରେ ଭୀଷଣରୁ ଅତି ଭୀଷଣ ବର୍ଷା ଏବଂ ବଜ୍ରପାତ ନେଇ ଆଲର୍ଟ ଜାରି କରିଛନ୍ତି | ଆସନ୍ତା ୨୪ ଘଣ୍ଟାରେ ବିହାରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ୭୨ ଘଣ୍ଟା ପାଇଁ ଆଲର୍ଟ ଜାରି କରାଯାଇଛି | ବର୍ଷା ଯୋଗୁଁ ନଦୀମାନଙ୍କର ଜଳସ୍ଥର ବଢିବାର ସମ୍ଭାବନା ରହିଛି |

   Related Posts