ଗଜପତି ଜିଲ୍ଲାରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ହୋଇଛି, ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି

Published By : Prameya-News7 Bureau | October 12, 2018 IST

ଗଜପତି ୧୨/୧୦: ଗଜପତି ଜିଲ୍ଲାରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଛନ୍ତି । ଏବେ ବି ୪ ଜଣ ଫସି ରହିଛନ୍ତି । ମୃତକମାନେ ହେଲେ ଗଙ୍ଗାଧର ବେହେରା, ସୁମିତ୍ରା ଭୁୟାଁ, ଦିନେଶ ଭୂୟାଁ, ଗଗନ ଜାନୀ, ଜୟଚନ୍ଦ୍ର ଭୁୟାଁ, ଚମ୍ପା ଭୂୟାଁ, ଦଣ୍ଡପାଣି ଭୂୟାଁ, ମିନାକ୍ଷି ଶବର, ସୋମନାଥ ଜାନୀ । ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଗଙ୍ଗାବାଡ଼ ପଞ୍ଚାୟତରେ । ମୃତକମାନେ ୫ଟି ପରିବାରର । ସମସ୍ତଙ୍କ ଘର ଗଙ୍ଗାବାଡ଼ ପଞ୍ଚାୟତ ବାରଘର ଗାଁରେ । ୧୦ ତାରିଖ ସଂଧ୍ୟାରେ ଏମାନେ ତିତଲି ଭୟରେ ଗାଁ ଛାଡ଼ି ପାହାଡ଼ ଉପରକୁ ଚାଲିଯାଇଥିଲେ । ତିତଲି ଦାଉରୁ ରକ୍ଷା ପାଇବା ପାଇଁ ଏମାନେ ଏକ ଗୁମ୍ଫା ଭିତରେ ଆଶ୍ରୟ ନେଇଥିଲେ । ଏଭଳି ଏକ ସମ୍ବେଦନଶୀଳ ଖବର ଆଜି ଅପରାହ୍ନରେ ପାଇଥିଲା ନ୍ୟୁଜ୍ ସେଭେନ୍ । ଏନେଇ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯାଇଥିଲା । ତେବେ ଜିଲ୍ଲାପାଳ ଏପରି ଏକ ଖବର ପାଇଥିବା କହିଥିଲେ, କିନ୍ତୁ କିଛି ନିଶ୍ଚିତ କରିପାରିନଥିଲେ । ସେପଟେ ଗଜପତି ଏସ୍ ପି କହିଛନ୍ତି ଯେ, ବର୍ତ୍ତମାନ ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ରାସ୍ତା ସଫା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.