ଗଜପତିରେ ପାହାଡ ଧସି ୧୨ଜଣଙ୍କ ମୃତ୍ୟୁ ଘଟଣା : ଏବେବି ୪ଜଣ ନିଖୋଜ, ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ପାଇଁ ପଠାଗଲା ସ୍ବତନ୍ତ୍ର ଟିମ୍

Published By : Prameya-News7 Bureau | October 13, 2018 IST

ଗଜପତି ୧୩|୧୦: ଗଜପତି ଜିଲ୍ଲାରେ ଗତକାଲି ପାହାଡ ଧସି ୧୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଛନ୍ତି । ଏବେ ବି ୪ ଜଣ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ  ସ୍ବତନ୍ତ୍ର ଟିମ୍ ପଠାଯାଇଛି । ତେବେ ପୁଲିସ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁସାରେ ରାୟଗଡ ବ୍ଲକ୍  ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ବାରଘର ଗାଁରେ ବର୍ଷା ବିତ୍ପାତ ଯୋଗୁଁ ଏଭଳି ଅଘଟଣ ଘଟିଛି । ଗତ ୧୦ ତାରିଖ ସଂଧ୍ୟାରେ ୫ଟି ପରିବାରର ୧୬ ଜଣ ତିତଲି ଭୟରେ ଗାଁ ଛାଡ଼ି ପାହାଡ଼ ଉପରକୁ ଚାଲିଯାଇଥିଲେ । ତିତଲି ଦାଉରୁ ରକ୍ଷା ପାଇବା ପାଇଁ ଏମାନେ ଏକ ଗୁମ୍ଫା ଭିତରେ ଆଶ୍ରୟ ନେଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ପାହାଡ ଧସିଯିବା ଫଳରେ ଏହା ତଳେ ଚାପି ହୋଇ ସେମାନଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିମାନେ ହେଲେ, ଦିନେଶ ଭୂୟାଁ , ଗାଗନ ଜାନୀ,  ମୀନାକ୍ଷୀ ଶବର, ଗଙ୍ଗାଧର ବେହେରା, ଜୟଚନ୍ଦ୍ର ଭୂୟାଁ, ଚମ୍ପା ଭୁୟାଁ, ସୋମନାଥ ଜାନି, ସୁମିତ୍ରା ଭୂୟାଁ, ଦଣ୍ଡପାଣି ଭୂୟାଁ, ଶ୍ରୀମତୀ ଜାନି, ଲାଲୁ ବେହେରା ଓ ଜିଞ୍ଜ ଶବର । ଘଟଣାସ୍ଥଳଟି ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ  ସ୍ବତନ୍ତ୍ର ଟିମ୍ ପଠାଯାଇଛି । ପାହାଡ ତଳେ ଏବେବି ୪ ଜଣ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ତେବେ ପୁଲିସ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.