୧୨ ଦିନ ବିତିଲା ଆଦିତ୍ୟ ଦାସଙ୍କ ମୃତ୍ୟୁ: ଥଳକୂଳ ପାଉନି ଜିଆରପି, ପତ୍ନୀ ବିଦ୍ୟାଶ୍ରୀଙ୍କୁ ୪ ଘଣ୍ଟା ଜେରା, ବନ୍ଧୁଙ୍କୁ ନୋଟିସ୍

Published By : Prameya-News7 Bureau | July 18, 2020 IST

ଭୁବନେଶ୍ଵର ୧୮।୦୭:  ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏଁ ଉଠିପାରିଲାନି ପରଦା । ଆଦିତ୍ୟ ଆତ୍ମହତ୍ୟା କରିଥିଲେ ବି ତାଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ ଜାରି ରହିଥିଲେ ବି ୧୨ ଦିନ ପରେ ବି କିଛି ସଠିକ୍ ଦିଗ ଧରିପାରିନି ତଦନ୍ତକାରୀ ଟିମ୍ । ପତ୍ନୀ ବିଦ୍ୟାଶ୍ରୀ ଓ ପରିବାରଲୋକଙ୍କୁ ମାରାଥନ୍ ଜେରା କରାଯାଇଛି। ବଲାଙ୍ଗିରରେ ରହୁଥିବା ଆଦିତ୍ୟଙ୍କ ଆଉ ଜଣ ବନ୍ଧୁଙ୍କୁ ଜେରା ପାଇଁ ନୋଟିସ୍ କରିଛି ଜିଆରପି ।

{"id":302205,"sizeSlug":"large"}

କାହାଠୁ ଏବଂ କେଉଁଠୁ ମିଳିବ ଖିଅ ? କିଏ ଦେବ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟ ଘଟଣାର ତଥ୍ୟ ?  ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଛି ସେ ଆତ୍ମହତ୍ୟା କରିଛନ୍ତି ? କିଛି ଥଳକୂଳ ପାଉନି ଜିଆରପି । ଖାଲି ଅନ୍ଧାରରେ ବାଡ଼ି ବୁଲାଉଛି ।ଭୁବନେଶ୍ବରରେ ଖୋଲତାଡ ପରେ କଟକରେ ଆଜି ବିଦ୍ୟାଶ୍ରୀଙ୍କ ପରିବାର ଲୋକଙ୍କୁ ଜେରା କରିଛି ଜିଆରପି । ଝିଅ ଜ୍ବାଇଁଙ୍କ ସମ୍ପର୍କ କେମିତି ଥିଲା ? ସହମିତିରେ ବାହାଘର ହୋଇଥିଲା କି ନାହିଁ ? ବିବାହ ପରେ ଝିଅ ଜ୍ବାଇଁଙ୍କ ସହ କାହିଁକି ସମ୍ପର୍କ ନ ଥିଲା ଏମିତି ଅନେକ ପ୍ରଶ୍ନର ଉତ୍ତର ବିଦ୍ୟାଶ୍ରୀଙ୍କ ମା ଓ ଭାଇଙ୍କୁ ପଚାରିଥିଲା ତଦନ୍ତକାରୀ ଟିମ ।

{"id":302206,"sizeSlug":"large"}

ସେପଟେ ବଲାଙ୍ଗିରରେ ରହୁଥିବା ଆଦିତ୍ୟଙ୍କ ଆଉ ଜଣେ ସାଙ୍ଗଙ୍କୁ ଜେରା ପାଇଁ ନୋଟିସ କରାଯାଇଛି। ଆଦିତ୍ୟ ପ୍ରତିଦିନ ଫୋନରେ ବିଶ୍ବମୋହନ ଭୋଇ ଓରଫ ବିଶ୍ବଙ୍କ ସହ କଥା ହେବା ସହ ଭିଡିଓ କଲ ଓ ଚାଟିଂ କରୁଥିଲେ । ସେବାଶ୍ରମରେ ଚାଲିଥିବା ଘୋଟାଲା ଓ ଆଦିତ୍ୟଙ୍କ ପାରିବାରିକ କଳହ ବିଷୟରେ ବିଶ୍ବ ଅବଗତ ଥିବା କୁହାଯାଉଛି । ଏପରି ଆଦିତ୍ୟଙ୍କ ପାଖକୁ ଧମକପୂର୍ଣ୍ଣ କଲ କେଉଁଠୁ ଆସୁଥିଲା ଓ କିଏ ଏହି କଲ କରୁଥିଲା ତାହା ମଧ୍ୟ ବିଶ୍ବଙ୍କୁ ଜଣା ଥିଲା ବୋଲି କୁହାଯାଉଛି। ତେଣୁ ବିଶ୍ବଙ୍କୁ ଜେରା କରିବାକୁ ତଦନ୍ତକାରୀ ଟିମ ଡାକିଥିବା ସେ ସୂଚନା ଦେଇଛନ୍ତି ।

{"id":302207,"sizeSlug":"large"}

ପୂର୍ବରୁ ଏହି ଘଟଣାରେ ୩ ସାଙ୍ଗକୁ ଜେରା କରିସାରିଛି ଜିଆରପି । ହେଲେ ସେମିତି କିଛି ଖାସ ତଥ୍ୟ  ପାଇନି ଜିଆରପି । ବିଶ୍ବଙ୍କ ସହିତ ଆଦିତ୍ୟଙ୍କ ଘନିଷ୍ଠତା ଥିବା ତାଙ୍କ ପତ୍ନୀ ବିଦ୍ୟାଶୀ ଖୁଲାସା କରିବା ପରେ ଏବେ ବିଶ୍ବଙ୍କୁ ଜେରା କରାଯିବ । ସେପଟେ ଶୁକ୍ରବାର ସଂନ୍ଧ୍ୟାରେ ବିଦ୍ୟାଶ୍ରୀଙ୍କୁ ପାଖାପାଖି ୪ ଘଣ୍ଟା ଗୁଡେଇ ତୁଡେଇ ଜେରା କରିଥିଲା ଜିଆରପିଏର ୫ ଜଣିଆ ତଦନ୍ତକାରୀ ଟିମ । ଏପରିକି ଆଦିତ୍ୟଙ୍କ ମା ଓ ବାପାଙ୍କୁ ବି ଜେରା କରାଯାଇଥିଲା ।କୁହାଯାଉଛି ବିଦ୍ୟାଶ୍ରୀଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚାରିଥିଲା ତଦନ୍ତକାରୀ ଟିମ୍ । ହେଲେ ବିଦ୍ୟାଶ୍ରୀ ଅନେକ କିଛି ପ୍ରଶ୍ନର ଉତ୍ତର ଦେଇପାରିନଥିଲେ।

ଆଦିତ୍ୟଙ୍କ ମୃତ୍ୟ ଘଟଣାକୁ ୧୨ ଦିନ ବିତିଲାଣି । ହେଲେ ବି ତାଙ୍କ ମୃତ୍ୟୁ ଉପରୁ ପରଦା ହଟି ପାରିନାହିଁ । ରହସ୍ୟ ଘେରରେ ଅନେକ କିଛି ତଥ୍ୟ ରହିଛି ।ଯାହା ଉପରୁ ଖୁବ୍ଶୀଘ୍ର ପରଦା ହଟିବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.