ଭୁଲ୍ ରକ୍ତ ପରୀକ୍ଷା ରିପୋର୍ଟ ଯୋଗୁଁ ୧୨ ଦିନର ଶିଶୁ ଗୁରୁତର

Published By : Prameya-News7 Bureau | February 26, 2020 IST

ସୋର ୨୬।୨: ୧୨ ଦିନର ଶିଶୁ ବି ଛାଡିଲେନି । ରକ୍ତ ପରୀକ୍ଷା ଭୁଲ ରିପୋର୍ଟ ଯୋଗୁଁ ଗୁରୁତର ହୋଇ ପଡିଛି ୧୨ ଦିନର ଶିଶୁ । ୧୨ ଦିନର ଶିଶୁକୁ ଜଣ୍ଡିସ ହେବାରୁ ବାପା ମା’ ବାଲେଶ୍ବରରେ ଚିକିତ୍ସା କରାଇଲେ ।

{"id":229329,"sizeSlug":"large"}

ସୋରରୁ ବାଲେଶ୍ବର ଦୂରତା ୩୫ କିଲୋମିଟର ଯୋଗୁଁ ବାପା ମା’ ୧୨ ଦିନର ଶିଶୁକୁ ବାରମ୍ବାର ବାଲେଶ୍ବର ନେଇ ରକ୍ତ ପରୀକ୍ଷା ନକରି ସୋର ତହସିଲ ସମ୍ମୁଖରେ ଥିବା ଏକ ବେସରକାରୀ ନର୍ସିଂହୋମ୍ ପାଥୋଲ୍ୟାବରେ ରକ୍ତ ପରୀକ୍ଷା କରିଥିଲେ । ପାଥୋଲ୍ୟାବର ଭୁଲ୍ ରିପୋର୍ଟରେ ଡାକ୍ତର ଚିକିତ୍ସା କରିବାରୁ ଶିଶୁଟି ଅଧିକ ଗୁରୁତର ହୋଇ ପଡିଥିଲା । ପରେ ବାପା ମା’ ବାଲେଶ୍ବରରେ ପୁଣି ରକ୍ତ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ କ୍ରମେ କଟକରେ ଏକ ବେସରକାରୀ ନର୍ସିଂହୋମରେ ଚିକିତ୍ସା କରୁଛନ୍ତି ।

{"id":229330,"sizeSlug":"large"}

ଏଭଳି ଘଟଣା ଘଟିଛି ସୋର ସୁଲତାନପୁର ଗାଁରେ । ଗାଁର ପ୍ରଦୀପ ପ୍ରଧାନଙ୍କ ୧୨ ଦିନ ପୁଅ ମନନ୍ ଗୁରୁତର ହୋଇଥିବାରୁ କଟକରେ ଚିକିତ୍ସିତ ହେଉଛି । ସୋରର ବେସରକାରୀ ନର୍ସିଂହୋମ୍ ପ୍ୟାଥୋଲ୍ୟାବର ଭୁଲ୍ ରକ୍ତ ପରୀକ୍ଷା ରିପୋର୍ଟ ଯୋଗୁଁ ତାଙ୍କର ୧୨ ଦିନର ଶିଶୁପୁତ୍ର ଗୁରୁତର ହୋଇ ଜୀବନ ସହ ସଂଗ୍ରାମ କରୁଥିବାରୁ ନ୍ୟାୟ ପାଇଁ ସୋର ଥାନାରେ ଅଭିଯୋଗ କରିଛନ୍ତି ପ୍ରଦୀପ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.