୧୨ ଦିନର ଶିଶୁ କନ୍ୟା କରୋନା ସଂକ୍ରମିତ: ଦିଆଗଲା ରେମଡେସିଭିର୍ ଇଞ୍ଜେକ୍ସନ୍

Published By : Prameya-News7 Bureau | April 13, 2021 IST

ସୁରଟ ୧୩/୦୪ : ଗୁଜରାଟ ସୁରଟରେ ସମ୍ଭବତଃ ସବୁଠାରୁ କମ ବୟସ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ସୁରଟରେ ଏକ ୧୨ ଦିନର ଶିଶୁ ଜନ୍ମର ୫ ଦିନରୁ କରୋନା ସଂକ୍ରମଣର ଶିକାର ହୋଇଛି। ନବଜାତ ମା' ସମ୍ପର୍କରେ ଆସିବା ପରେ ସଂକ୍ରମିତ ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି।

ଅମରୋଲି ଅଞ୍ଚଳର ଜଣେ ୩୦ ବର୍ଷୀୟ ମହିଳା ଏପ୍ରିଲ ୧ ତାରିଖରେ ପ୍ରସବ ଡାଇମଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହିଦିନ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅଲପେଶ ସିଂଘବି କହିଛନ୍ତି ଯେ ଜନ୍ମ ସମୟରେ ଶିଶୁକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ତେବେ ଏହା ସାଧାରଣ କଥା। ଜନ୍ମ ସମୟରେ ଅନେକ ଶିଶୁଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଦେଇଥାଏ ବୋଲି ସେ କହିଛନ୍ତି। ଶିଶୁ କନ୍ୟାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ମହିଳାଙ୍କୁ ଡିସଚାର୍ଜ କରାଯାଇଥିଲା।

{"id":437869,"sizeSlug":"large","linkDestination":"none"}

ଶିଶୁକୁ ଏପ୍ରିଲ ୫ ତାରିଖ ଯାଏଁ ମା କ୍ଷୀର ବଦଳରେ ଫର୍ମୁଲା ଫିଡ଼ ଦିଆଗଲା। ଡାକ୍ତର ସିଂଘବି କହିଛନ୍ତି। ଏପ୍ରିଲ ୫ ତାରିଖରେ ଶିଶୁର ସ୍ୱାସ୍ଥ୍ୟ ସୁଧୁରିଥିଲା। ତାପରେ ଶିଶୁକୁ କ୍ଷୀର ଦେବାକୁ ମହିଳାଙ୍କୁ ଡକାଯାଇଥିଲା। ୬ ତାରିଖରେ ପୁଣି ଶିଶୁକୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏହାପରେ ଶିଶୁର ଏକ୍ସରେ କରାଯାଇଥିଲା।

ଡାକ୍ତର କହିଛନ୍ତି ୬ ତାରିଖରେ ଶିଶୁର ଫୁସଫୁସ ସଫା ଥିଲା କିନ୍ତୁ ୭ ତାରିଖ ଦିନ ଏକ୍ସ-ରେ ରେ ଏକ ଧଳା ଦାଗ ଦେଖାଯାଇଥିଲା ଯେଉଁଠି ସଂକ୍ରମଣ ହୋଇଥିଲା। ଏହାପରେ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ଟେଷ୍ଟରେ ନବଜାତ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ସେବେଠାରୁ ଶିଶୁକୁ ଭେଣ୍ଟିଲେଟରରେ ରଖାଯାଇଛି। ଶିଶୁକୁ ରେମଡେସିଭିର ଇଞ୍ଜେକ୍ସନ ଦିଆଯାଇଛି। ବର୍ତ୍ତମାନ ଶିଶୁର  ପ୍ଲାଜମା ଚିକିତ୍ସା ପାଇଁ ମଧ୍ୟ ଡାକ୍ତର ବିଚାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.