Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୂଆଦିଲ୍ଲୀ: ସିଆରପିଏଫର ୧୨ ଯବାନ କରୋନା ପଜିଟିଭ୍, ଜଣେ ମୃତ

28/04/2020 at 9:29 PM

ନୂଆଦିଲ୍ଲୀ, ୨୮|୦୪:  ରାଜଧାନୀ ଦିଲ୍ଲୀରେ ୧୨ ଜଣ ସିଆରପିଏଫ ଯବାନ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି । ଏବେସୁଦ୍ଧା ମୋଟ ୪୭ଜଣ ସିଆରପିଏଫ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାମଧ୍ୟରୁ ଜଣେ ଯବାନ ପ୍ରାଣ ହରାଇଛନ୍ତି । କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ୫୫ ବର୍ଷୀୟ ଜଣେ ଯବାନ ଜୀବନ ହାରିଛନ୍ତି ।

 କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଅଧିନରେ ପ୍ରାୟ ୧୦ ଲକ୍ଷ ସିଆରପିଏଫ ଯବାନ କାର୍ଯ୍ୟ କରୁଛନ୍ତି । ତେବେ ଜଣେ ଯବାନ ପ୍ରାଣ ହରାଇଛନ୍ତି । ଏହା ହେଉଛି ସିଆରପିଏଫର ପ୍ରଥମ କରୋନା ଜନିତ ମୃତ୍ୟୁ । ମୃତକ ସିଆରପିଏଫର ଉପ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ । କିଛିଦିନ ପୂର୍ବରୁ ସେ ସଂକ୍ରମିତ ହୋଇ ସଫଦରଗଞ୍ଜ ମେଡିକାଲରେ ଚିକିତ୍ସିତ ହେଉଥିଲେ ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୫୫ ବର୍ଷୀୟ ଏହି ୟବାନ ମଙ୍ଗଳବାର ପ୍ରାଣ ହରାଇଛନ୍ତି । ସେ ଦିଲ୍ଲୀରେ ୩୧ ବାଟାଲିୟନରେ ମୁତୟନ ଥିଲେ । ସେ ଆସାମର ବାରପେଟା ଜିଲ୍ଲାର ବାସିନ୍ଦା । ତାଙ୍କର ଉଚ୍ଚ ରକ୍ତଚାପ ମଧ୍ୟ ରହିଥିଲା । ବାଟାଲିୟନର ପ୍ରାୟ ୩୧ ଜଣଙ୍କୁ ସଂକ୍ରମିତ ଆଶଙ୍କା କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ତାଙ୍କ ସହକର୍ମୀଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ବିଏସଏଫର କିଛି ଯବାନ ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

   Related Posts