ରୁଷ୍‌ ଟାର୍ଗେଟରେ ସିରିୟା ବିଦ୍ରୋହୀ, ଏୟାରଷ୍ଟ୍ରାଇକ୍‌ରେ ୧୨ନିହତ

Published By : Prameya-News7 Bureau | January 21, 2020 IST

ସିରିୟା ୨୧।୦୧: କିଛିଦିନ ଶାନ୍ତ ପରେ ପୁଣି ଅଶାନ୍ତ ହୋଇଛି ସିରିୟା । କେତେବେଳେ ସରକାରଙ୍କ ବିପକ୍ଷରେ ମୁହଁ ଖୋଲିଥିବା ବିଦ୍ରୋହୀଙ୍କୁ ଅଜ୍ଞାତ ଭାବରେ ହତ୍ୟା କରାଯାଉଛି । ପୁଣି କେବେ ସୈନିକଙ୍କ ଦ୍ବାରା  ଏୟାରଷ୍ଟ୍ରାଇକ ସହ ସେମାନଙ୍କ ଘର ଉପରେ ବୋମାମାଡ କରାଯାଇ ସେମାନଙ୍କୁ ନିପାତ କରାଯାଉଛି  । ଗତ କିଛି ବର୍ଷ ହେଲା ସିରିୟାରେ ସରକାରଙ୍କ ବିରୋଧରେ ବିଦ୍ରୋହ ଜାରି ରହିଛି । ଯାହାକୁ ନେଇ ଦେଶରେ ଏପରି ଉତ୍ତେଜନା ଲାଗିରହିଛି । ଗୋଟିଏ ପଟେ ଦେଶରେ ବିଦ୍ରୋହ ଚାଲିଥିବା ବେଳେ ଅନ୍ୟପଟେ ସିରିୟାର ସହଯୋଗୀ ଦେଶ ରୁଷ୍‌ ବିଦ୍ରୋହୀଙ୍କ ଉପରେ ରକେଟ ମାଡ କରୁଛି । ସେହିପରି ଆଜି ମଧ୍ୟ ସିରିୟାର କିଛି ଅଞ୍ଚଳରେ ରୁଷ୍‌ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଛି ।  

wp:core-embed/twitter {"url":"https://twitter.com/AFP/status/1219584326045765635","type":"rich","providerNameSlug":"twitter","className":""}
https://twitter.com/AFP/status/1219584326045765635
/wp:core-embed/twitter

ଏୟାରଷ୍ଟ୍ରାଇକରେ ୧୨ଜଣ ସାଧାରଣ ନାଗରିକଙ୍କ ପ୍ରାଣହାନୀ ହୋଇଛି ।ତେବେ ରୁଷ୍‌ ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକରେ ସିରିୟାର ସାଧାରଣଲୋକଙ୍କ ପ୍ରାଣହାନୀ ହେବା ସହ ସାଧାରଣ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ସାତଜଣ ଶିଶୁ ଥିବା ଜଣାପଡିଛି ।  ଉତ୍ତର ସିରିୟାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଦିନ ରୂଷ୍ ସୈନ୍ୟବାହିନୀଙ୍କ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଥିଲା । ଏହି ଆକ୍ରମଣରେ ୧୨ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତକଙ୍କ ମଧ୍ୟରୁ ଦୁଇଜଣ ଇଡଲିବ୍‌ରେ ଓ ଅନ୍ୟ ୧୦ଜଣ ଆଲିପୋ ଅଞ୍ଚଳର ବୋଲି Syrian Observatory for Human Rights ପକ୍ଷରୁ ଦାବି କରାଯାଇଛି ।

{"id":214288,"sizeSlug":"large"}
file image

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.