୧୨ ବର୍ଷ ଝିଅର ମୃତ୍ୟୁ ଘଟଣାରେ ଆରମ୍ଭ ହେଲା ଛାନ୍‌ଭିନ୍‌: ବାପ-ମାଆ କହିଲେ, 'ଅଭିଯୁକ୍ତ ପ୍ରମାଣ ଲୁଚାଇବା ପାଇଁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି'

Published By : Prameya-News7 Bureau | October 28, 2020 IST

ଢ଼େଙ୍କାନାଳ୨୮/୧୦: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା କୁରୁଣ୍ଟି ତନ୍ତିସାହିରେ ଜଣେ ୧୨ ବର୍ଷ ଝିଅର ମୃତ୍ୟୁ ଘଟଣାରେ ଆରମ୍ଭ ହୋଇଛି ତଦନ୍ତ। ଝୁଲନ୍ତା ଅବସ୍ଥାରେ ତାର ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟପଟେ ମୃତ ନାବାଳିକାଙ୍କ ବାପା-ମାଆ କହିଛନ୍ତି ଯେ, ଦୁଷ୍କର୍ମ ପରେ ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଏହି ଘଟଣାରେ ବୁଧବାର ସକାଳୁ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ବାପା ମା । ସନ୍ଦେହ ଘେରରେ ଥିବା ଘର ମାଲିକଙ୍କ ପୁଅ ବର୍ତ୍ତମାନ ଫେରାର ଅଛି। ଗତକାଲି କାମ ସାରି ରାତିରେ  ବାପା ଓ ମା  ଘରକୁ ଫେରିବା ପରେ ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।  ବାପା ଓ ମା ଦିନମଜୁରିଆ ଭାବେ କାମ କରନ୍ତି ।

ଢେଙ୍କାନାଳ ମୋଟଙ୍ଗା ଥାନା କୁରୁଣ୍ଟି ତନ୍ତୀସାହିରେ ଏହି  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରୁ ଝୁଲନ୍ତା ଅବସ୍ଥାରେ ୧୨ବର୍ଷ ନାବାଲିକାର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି। ଜଣେ ଛୋଟ ଝିଅ ଦୁନିଆ କଣ ଜାଣି ନାହିଁ। ସେ କାହିଁକି ଆତ୍ମହତ୍ୟା କରିବ ବୋଲି ବାପ-ମାଆ ଏବଂ ସ୍ଥାନୀୟ ଲୋକେ କହିଛନ୍ତି। ଦୁଷ୍କର୍ମ ପରେ କୁନି ଝିଅକୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।  

ମାତ୍ର ୧୨ବର୍ଷର ସରଳ ନିଷ୍ପାପ ଶିଶୁର ଜୀବନ ଦୀପ ସବୁଦିନ ପାଇଁ ଲିଭିଗଲା ।  ଶିକାର ହୋଇଗଲା କେଉଁ କାମୁକ ନରପିଶାଚର । ଆଉ ଦିନମଜୁରି କରିବାକୁ ଯାଇଥିବା ବାପା ମା ଘରକୁ ଫେରିବା ବେଳକୁ ୧୫ ଫୁଟରୁ ଉର୍ଦ୍ଧ୍ବ ଘର ଅଜବେଷ୍ଟସର କଢିରେ  ପିନ୍ଧା ଲୁଗା ବେକରେ ଲାଗି ଝୁଲୁଥିଲା ଏହି ନିଷ୍ପାପ ଶିଶୁର କ୍ଷତ ବିକ୍ଷତ ମୃତଦେହ । ଆଉ ଏପରି ଅଭନୀୟ ଘଟଣା ପଛରେ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଚାପିବା ପାଇଁ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ମାରି ଆତ୍ମହତ୍ୟାର ରୂପଦେବାକୁ ଅପଚେଷ୍ଟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏପରି ଅଭନୀୟକାଣ୍ଡ ଘଟିଛି ଢେଙ୍କାନାଲ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ତନ୍ତି ସାହିରେ । ମା- ବାପ ଦୁଇଜଣ ଦିନ ମଜୁରିଆ ହୋଇଥିବା ବେଳେ ଘରେ କେହି ନଥିବାବେଳେ ଏପରି କାଣ୍ଡ ଘଟିଛି । ତେବେ ଗତକାଲି ସନ୍ଧ୍ୟା ୫ଟାରେ ଘରକୁ ବାପା- ମା ଫେରିବା ପରେ ତାଙ୍କ ଝିଅର ମୃତଦେହ ପିନ୍ଧା ଲୁଗାରେ ଝୁଲୁଥିବା ଦେଖିଥିଲେ । ତେବେ ପରିବାର ଅତ୍ୟନ୍ତ ଗରିବ ଓ ତାଙ୍କ ଗ୍ରାମରୁ ଆସି କୁରୁଣ୍ଟି ତନ୍ତୀସାହିରେ ଭଡାଘରେ ରହି  ସ୍ଥାନୀୟ ଟାଟା ଷ୍ଟିଲରେ ଦିନ ମଜୁରିଆ ଭାବେ କାମ କରନ୍ତି । ମାତ୍ର ତାଙ୍କର ଏକମାତ୍ର ଏହି ଶିଶୁ ପ୍ରତି ଏପରି ନୃଶଂସ କାଣ୍ଡ ଘଟାଇ ହତ୍ୟା କରିଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି କୁରୁଣ୍ଟି ଗ୍ରାମବାସୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.