ତାଳଚେର TTPS ବନ୍ଦ ପ୍ରତିବାଦରେ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ, ଦୋକାନ ବଜାର ଖଣି ଖାଦାନ ସବୁ ଠପ୍
7/04/2021 at 7:28 AM

ଅନୁଗୁଳ ୦୭।୦୪: ତାଳଚେର TTPS ବନ୍ଦ ପ୍ରତିବାଦରେ ଆନ୍ଦୋଳନ। ଆଜି ୧୨ ଘଣ୍ଟିଆ ଅନୁଗୁଳ ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେଡି। ଆଜି ସକାଳୁ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜରୁରିକାଳୀନ ସେବା ବ୍ୟତିତ ଅନ୍ୟ ସବୁ ବନ୍ଦ ରହିବ। ଦୋକାନ ବଜାର ବନ୍ଦ ରହିଥିବା ବେଳେ ଖଣି ଖାଦାନ ବନ୍ଦ ରହିଛି।

ଓଡ଼ିଶାର ଅର୍ଥନୈତିକ ପ୍ରଗତିରେ କେନ୍ଦ୍ର ବାଧକ ସାଜିଛି ବୋଲି ଅଭିଯୋଗ କରିଛି ବିଜେଡି । ଫେଜ- 2 ର ଅବଧି ଥିଲେ ସୁଦ୍ଧା ତାକୁ ବନ୍ଦ କରାଯାଇଛି। ତେଣୁ ତୁରନ୍ତ ତାକୁ ଚାଲୁ କରି ଫେଜ-3 କାମ ଆରମ୍ଭ କରିବା ପାଇଁ ଦାବି ହୋଇଛି । ସମାନ ପ୍ରସଙ୍ଗରେ ଗତକାଲି ଶାନ୍ତି ଶୃଙ୍ଖଳା ସହ ୪ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରିଥିଲା ତାଳଚେର କ୍ରିୟାନୁଷ୍ଠାନ କମିଟି।
Related Posts
ହରିଣ ଶିକାର କରି କାଟୁଥିଲେ, ଚଢାଉ କଲା ବନବିଭାଗ ; ୨ଗିରଫ
11 April 2021