ନାଥପୁର ବୋମାମାଡ ଘଟଣାରେ ୧୩ ଗିରଫଙ୍କ ମଧ୍ୟରୁ ୧୨ ଜଣ କୋର୍ଟ ଚାଲାଣ

Published By : Prameya-News7 Bureau | November 10, 2021 IST

ବ୍ରହ୍ମଗିରି ୧୦।୧୧: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ନାଥପୁର ଭୋଇ ସାହି ନିକଟରେ ଜମି ଜବର ଦଖଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗତ ୭ ତାରିଖ ଦିନ ହୋଇଥିବା ବୋମାମାଡ ଏବଂ ଘର ପୋଡି ଘଟଣାରେ ଉଭୟ ପକ୍ଷରୁ ମଙ୍ଗଳବାର ସୁଧା ୧୩ ଜଣଙ୍କୁ ପୋଲିସ ଗିରଫ କରିଛି ।

{"id":541722,"width":754,"height":419,"sizeSlug":"full","linkDestination":"none"}

ବିସ୍ଥାପିତ ଦଳିତ ପରିବାର ଏବଂ ୩୫ ମୌଜା ଉଭୟ ପକ୍ଷରୁ ୨ଟି କେସ ରୁଜୁ ହୋଇଥିବା ବଳେ ପୋଲିସ ରେଡ୍ କରି ୩ ଦିନ ଭିତରେ ୧୩ ଜଣଙ୍କୁ ଗିରଫ କରିଛି। ସେଥିମଧ୍ୟରୁ ବିସ୍ତାପିତ ଦଳିତ ପରିବାର ପକ୍ଷରୁ ୩ ଜଣ ଏବଂ ୩୫ ମୌଜାର ୯ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରୁଛି ବୋଲି ସୂଚନା ଦେଇଛନ୍ତି ପୁରୀ ସଦର ଏସଡିପିଓ କିଶୋର କୁମାର ମୁଣ୍ଡ । ଏବେ ପରିସ୍ଥିତି ନିୟନ୍ତ୍ରାଧିନ ଥିବାବେଳେ ନାଥପୁର ଗାଁରେ ଏବେ ବି ପୋଲିସ ମୁତୟନ ହୋଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.