Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହଙ୍ଗା ହେଲା ପ୍ଲାଟଫର୍ମ ଟିକେଟ୍, ପୂର୍ବାପେକ୍ଷା ୩ ଗୁଣା ବଢିଲା ଦାମ୍
  • ||
  • ଭିଜିଲାନ୍ସ ପଞ୍ଝାରେ କିରାଣୀ, ମୃତ୍ୟୁ ପ୍ରମାଣପତ୍ର ପାଇଁ ନେଉଥିଲେ ୬୦୦ ଟଙ୍କା ଲାଞ୍ଚ
  • ||
  • ଆଜି ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ, ପୁରସ୍କୃତ ହେବେ ଶ୍ରେଷ୍ଠ-୧୪ ପ୍ରତିଭାଦୀପ୍ତ ମହିଳା
  • ||
  • ଆଜି ସନ୍ଧ୍ୟାରେ ନ୍ୟୁଜ୍ ସେଭେନ୍ ସର୍ଟଫିଲ୍ମ କଣ୍ଟେଷ୍ଟ୍ ‘ସୋ-କେଶ୍ ୨୦୨୦’ର ପୁରସ୍କାର ବିତରଣୀ, ୧୨ଟି ବର୍ଗରେ ରହିଛି ପୁରସ୍କାର
  • ||
  • ଇଂଲଣ୍ଡ ବ୍ୟାଟିଂରେ ଭନ୍ ନିରାଶ, କହିଲେ- ‘ପିଚ୍ ଭଲ ଥିଲା କିନ୍ତୁ ଖେଳି ପାରିଲେ ନାହିଁ’
  • ||
  • ସୁନ୍ଦରଗଡ଼ : ନଦୀ ପଠାରେ ପଡିଛି ଶରୀରର ବିଭିନ୍ନ କଟା ଅଂଶ, ହତ୍ୟା ପରେ ଫିଙ୍ଗାଯାଇଛି !
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||

ଅନଲାଇନ୍ ଗେମରେ ବାରମ୍ବାର ହାରିବାରୁ କ୍ରୋଧିତ ହୋଇଥିଲା ୧୧ବର୍ଷର ବାଳକ : ପଥରରେ ଛେଚି ୧୦ବର୍ଷର ବାଳିକାକୁ କଲା ହତ୍ୟା

8/09/2020 at 10:59 AM

ଇନ୍ଦୋର ୮/୯: ମଧ୍ୟପ୍ରଦେଶର ଇନ୍ଦୋରରେ ଅନଲାଇନ୍ ଗେମରେ ହାରିଯିବାରୁ ଜଣେ ୧୧ବର୍ଷର ବାଳକ ଉନ୍ମତ୍ତ କାଣ୍ଡ କରିଛି। ସେ ଜଣେ ୧୦ବର୍ଷର ନାବାଳିକାକୁ ହତ୍ୟା କରି ଦେଇଛି। ନାବାଳିକାର ବାପା-ମାଆଙ୍କ ଅଭିଯୋଗ ହେଉଛି ଯେ ତାଙ୍କ ଝିଅ ଅଭିଯୁକ୍ତ ବାଳକକୁ ବାରମ୍ବାର ଅନଲାଇନ ଗେମରେ ହରାଇ ଦେଉଥିଲା। ଏଥିରେ ନାବାଳକ ଏତେ ଚିଡ଼ି ଯାଇଥିଲା ଯେ ସେ ପଥରରେ ଝିଅଟିର ମୁଣ୍ଡକୁ ଛେଚି ଦେଇଥିଲା।

ଏହି ଘଟଣା ଇନ୍ଦୋରର ଲସୁଡ଼ିଆ ଅଞ୍ଚଳର। ଘଟଣା ପରେ ମୃତ ନାବାଳିକାର ଘରେ ଶୋକର ଛାୟା ଖେଳି ଯାଇଛି। ଏପଟେ ପୋଲିସ୍ ଅଭିଯୁକ୍ତ ବାଳକକୁ ନିଜ ହେପାଜତକୁ ନେଇଛି। ପୋଲିସ୍ ଏବେ ନାବାଳକକୁ ବାଳ ସୁଧାର ଗୃହକୁ ପଠାଇବ।

ଅଭିଯୁକ୍ତ ନାବାଳିକାକୁ ନିଜ ଘର ପାଖକୁ ନେଇ ଯାଇଥିଲା ଏବଂ ପଥରରେ ତା ମୁଣ୍ଡକୁ ଛେଚି ଦେଇଥିଲା।

ନାବାଳକର ଅଭିଯୋଗ ଥିଲା ଯେ ମୃତ ନାବାଳିକା ତାର ଏକ ମୂଷାକୁ ମାରି ଦେଇଥିଲା। ଏଥିରେ ଅଭିଯୁକ୍ତ ବାଳକ ଅସନ୍ତୁଷ୍ଟ ଥିଲା। ନାବାଳିକା ୫ମ ଶ୍ରେଣୀର ଛାତ୍ରୀ ଥିଲେ। ବାଳକଟି ଏତେ ଜୋରରେ ଆକ୍ରମଣ କରିଥିଲା ଯେ ଘଟଣାସ୍ଥଳରେ ନାବାଳିକାର ମୃତ୍ୟୁ ହୋଇଯାଇଥିଲା।

   Related Posts