Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବୈଠକ ପରେ ବୈଠକ କିନ୍ତୁ ରେଜଲ୍ଟ ଶୂନ: କୃଷି ଆଇନ୍ ଉପରେ କଠୋର ହେଲା କେନ୍ଦ୍ର, ମନ୍ତ୍ରୀ କହିଲେ- ଆଉ କିଛି ଭଲ କରି ପାରିବୁ ନାହିଁ

22/01/2021 at 6:35 PM

ନୂଆଦିଲ୍ଲୀ ୨୨।୦୧: କୃଷି ଆଇନ୍‌କୁ ନେଇ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ଅନୁଷ୍ଠିତ ୧୧ମ ବୈଠକ ସମାପ୍ତ ହୋଇଛି। ହେଲେ ଏହି ବୈଠକ ମଧ୍ୟ ନିଷ୍ଫଳ ହୋଇଛି। କୃଷକ ନେତାଙ୍କ ଅନୁଯାୟୀ ଆଗାମୀ ବୈଠକ ପାଇଁ ସରକାରଙ୍କ ପକ୍ଷରୁ କୌଣସି ତାରିଖ ସ୍ଥିର କରାଯାଇ ନାହିଁ। ଆଜିର ବୈଠକରେ ସରକାର କୃଷକ ସଂଗଠନକୁ ସମସ୍ତ ସମ୍ଭାବିତ ବିକଳ୍ପ ବିଷୟରେ ଅବଗତ କରାଇଛନ୍ତି। ସରକାର କହିଛନ୍ତି ଆଇନ୍‌କୁ ସ୍ଥଗିତ କରିବା ପ୍ରସ୍ତାବରେ ଆଭ୍ୟନ୍ତରୀଣ ଆଲୋଚନା କରିବା ଉଚିତ୍। ବୈଠକ ବାରମ୍ବାର ବିଫଳ ହେଉଥିବା ଦେଖି କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ କଠୋର କରିଛନ୍ତି।

ବୈଠକ ସମୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ନୂତନ କୃଷି ଆଇନରେ କୌଣସି ସମସ୍ୟା ନାହିଁ। ସରକାର କୃଷକଙ୍କ ସମ୍ମାନ ପାଇଁ ଏହି ଆଇନ୍‌ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। କୃଷି ଆଇନ୍‌ ୧୮ ମାସ ସ୍ଥଗିତ ରଖିବା ବ୍ୟତୀତ ଏଥିରେ ଆଉ କିଛି ଭଲ କରାଯାଇ ପାରିବ ନାହିଁ। ଆମେ ଆମ ପକ୍ଷରୁ ଭଲ ପ୍ରସ୍ତାବ ଦେଇଥିଲୁ। ଯଦି କୃଷକଙ୍କ ପାଖରେ ଭଲ ବିକଳ୍ପ ରହିଛି ତେବେ ତାକୁ ନେଇ ସରକାରଙ୍କ ପାଖକୁ ଆସନ୍ତୁ। ମିଡିଆ ରିପୋର୍ଟ ଅନୁଯାୟୀ, ସରକାର କୃଷକ ଆଇନ୍‌କୁ ନେଇ ଲଗାତାର ଜାରି ବୈଠକରେ କୌଣସି ଫଳାଫଳ ବାହାରୁନଥିବା ଦେଖି ନିଜର ଆଭିମୁଖ୍ୟ କଠୋର କରିଛନ୍ତି। କୁହାଯାଉଛି ଯେ ସରକାର କୃଷକଙ୍କୁ ଆଉ କୌଣସି ପ୍ରସ୍ତାବ ଦେବେ ନାହିଁ।

କୃଷକ ୟୁନିୟନ ଏହି ବୈଠକରେ ମଧ୍ୟ ତିନି କୃଷି ଆଇନ୍ ରଦ୍ଦ କରାଯିବା ନିଜ ଜିଦ୍‌ରେ  ଅଟଳ ରହିଛନ୍ତି। ବୈଠକ ପରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଦେଢ ବର୍ଷ ପରିବର୍ତ୍ତେ ୨ ବର୍ଷ ପର୍ଯ୍ୟନ୍ତ କୃଷି ଆଇନକୁ ସ୍ଥଗିତ କରାଯିବା ଉପରେ ଆଲୋଚନା କରାଯାଇ ପାରିବ। ଯଦି ଏହି ପ୍ରସ୍ତାବ ଉପରେ କୃଷକ ପ୍ରସ୍ତୁତ ତେବେ ଆସନ୍ତାକାଲି ପୁଣି ବୈଠକ ହୋଇପାରେ। ସରକାର ଅନ୍ୟ କୌଣସି ପ୍ରସ୍ତାବ କୃଷକଙ୍କୁ ଦେଇ ନାହାନ୍ତି। ଟିକାୟତ କହିଛନ୍ତି, ନଭେମ୍ବର ୨୬ରେ ପ୍ରସ୍ତାବିତ ଟ୍ରାକ୍ଟର ରାଲି ପୂର୍ବ ଯୋଜନା ଅନୁଯାୟୀ ଆୟୋଜିତ ହେବ।

କୃଷକ ସଂଗଠନ ଆଜିର ବୈଠକରେ ସରକାରଙ୍କ ଆଭିମୁଖ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। କିଷାନ ମଜଦୁର ସଂଘର୍ଷ କମିଟିର ନେତା ଏସ ପଣ୍ଢେର କହିଛନ୍ତି, ମନ୍ତ୍ରୀ ଆମକୁ ସାଢେ ତିନି ଘଣ୍ଟା ଅପେକ୍ଷା କରାଇଲେ। ଯେବେ ଆସିଲେ ଆମକୁ ସରକାର ଦେଇଥିବା ପ୍ରସ୍ତାବ ଉପରେ ବିଚାର କରିବା ପାଇଁ କହିଲେ। ସରକାର ବୈଠକ ପ୍ରକ୍ରିୟା ସମାପ୍ତ କରୁଥିବା କଥା କହିଲେ। ହେଲେ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ପ୍ରକ୍ରିୟାରେ ଜାରି ରହିବ ବୋଲି ପଣ୍ଢେର କହିଛନ୍ତି।

   Related Posts