କମିଶନରେଟ୍ ପୋଲିସର ଏକାଦଶତମ ପ୍ରତିଷ୍ଠା ଦିବସ

Published By : Prameya-News7 Bureau | January 10, 2019 IST

ଭୁବନେଶ୍ବର ୧୦|୧: କମିଶନରେଟ୍ ପୋଲିସର ଏକାଦଶତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା । କମିଶନରେଟ୍ ପୋଲିସ ଅଧୀନରେ ଥିବା ଭୁବନେଶ୍ବର ୟୁପିଡିରେ ଆଉ ଏକ ପୋଲିସ ଜିଲ୍ଲା ପାଇଁ ପ୍ରସ୍ତାବ ଦେଲେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା । ଜଟଣୀ, ତମାଣ୍ଡୋ, ବାରଙ୍ଗ, ନନ୍ଦନକାନନ, ଚନ୍ଦ୍ରେଶଖରପୁରକୁ ନେଇ ଏହି ପୋଲିସ ଜିଲ୍ଲାର ନୂତନ ପରିକଳ୍ପନା କରାଯାଇଛି । ଏଥିରେ କମିଶନରେଟ୍ ପୋଲିସ ଅଧୀନରେ ୨ ଜଣ ଡିସିପି ରହିବେ । ଲୋକମାନଙ୍କ ପାଖରେ ପୋଲିସ ସେବା ପହଞ୍ଚାଇବା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି  । ସପ୍ତମ ବାଟାଲିୟନରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ଉତ୍ତମ ସେବା ପାଇଁ କିଛି ପୋଲିସ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.