ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | October 15, 2021 IST

ଭୁବନେଶ୍ୱର ୧୫/୧୦: ପୂଜା ପରେ ଖୋଲିବ ରାଜ୍ୟର ଅଷ୍ଟମ ଓ ଏକାଦଶ କ୍ଲାସ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରାଜ୍ୟରେ କରୋନା ମାମଲାକୁ ଦୃଷ୍ଟିରେ ରଖି ଏଣିକି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏ ନେଇ କ୍ୟାମ୍ପସ ପ୍ରସ୍ତୁତ ରଖିବାକୁ ଆସନ୍ତାକାଲି ଡିଓ ମାନଙ୍କୁ ନିର୍ଦେଶ ଯିବ ।

ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ନେଇ ପରବର୍ତୀ ବିଚାର କରି ନିଷ୍ପତି ନିଆଯିବ । ପୁରୁଣା ଗାଇଡ଼ ଲାଇନ ଅନୁସାରେ ଚାଲିବ କ୍ଲାସ । ଅଷ୍ଟମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ସରକାର ସ୍କୁଲ ଖୋଲିବେ । ଗତକାଲି ଏନେଇ ଗଣଶିକ୍ଷା ବିଭାଗ ସୂଚନା ଦେଇଥିଲା ।

ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୧ ତାରିଖ ପର୍ଯ୍ୟନ୍ତ ଏହି ଛୁଟି ଘୋଷଣା ହୋଇଥିଲା । ତେବେ ଛୁଟି ପରେ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୨୧ରୁ ଏଦାଶ କ୍ଲାସ କରାଯିବାକୁ ଥିବାବେଳେ ୨୫ରୁ ଅଷ୍ଟମ ଶ୍ରେଣୀ କ୍ଲସା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.