କରୋନାରେ ପ୍ରାଣ ହରାଇଥିବା ମା'ର ଅସ୍ଥି ଧରି ସୁଦୂର ଦୁବାଇରୁ ଏକା ଭାରତ ଆସିଲା ୧୧ ମାସର ଶିଶୁ

Published By : Prameya-News7 Bureau | June 18, 2021 IST

ତ୍ରିଚି ୧୮/୦୬ : ଗୁରୁବାର ଦିନ ଏକ ୧୧ ମାସର ଶିଶୁ ମା'ର ଅସ୍ଥି ନେଇ ଦୁବାଇରୁ ଭାରତରେ ପହଞ୍ଚିଥିଲା l ଯିଏ କୋଭିଡରେ ମୃତ୍ୟୁ ବରଣ କରିଛନ୍ତି। ଶିଶୁକୁ ତାଙ୍କ ପିତା ତ୍ରିଚି ଅନ୍ତର୍ଜାତୀୟ ବିମାନବନ୍ଦରରେ କୋଳେଇ ନେଇଥିଲେ। ସେ କାଲାକୁରିଚି ଜିଲ୍ଲା ବାସିନ୍ଦା। ତାଙ୍କ ପତ୍ନୀ ଭାରତୀ (୩୮) ଏବଂ ସେମାନଙ୍କର ତିନି ସନ୍ତାନ। କିଡନୀ ଫେଲ ହେତୁ ବଡ ପୁଅର ଦେହାନ୍ତ ହୋଇଥିଲା। ତା ପୂର୍ବରୁ ପରିହାର ସୁଖମୟ ଜୀବନ ବିତାଉଥିଲା।

ପୁଅର ଚିକିତ୍ସାରେ ଦମ୍ପତି ଋଣ ଭାରରେ ଲଦି ହୋଇଥିଲେ। ପୁଅକୁ ହରାଇବା ଦୁଃଖ ସହ ଋଣ ଭାର ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା। ଋଣ ପରିଶୋଧ କରିବା ପାଇଁ ଭାରତୀ ଗତ ମାର୍ଚ୍ଚ ମାସରେ ନିଜର ୯ ମାସର ଶିଶୁ ଦେବେଶକୁ ଧରି ଦୁବାଇ ଚାଲି ଯାଇଥିଲେ। ଦୁର୍ଭାଗ୍ୟବଶତଃ ମେ' ୨୯ ରେ କୋଭିଡରେ ଭାରତୀ ଜୀବନ ହରାଇଥିଲେ। ତାଙ୍କୁ ଦୁବାଇରେ କବର ଦିଆଯାଇଥିଲା। ଭାରତୀ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବାବେଳେ ତାଙ୍କ ସାଙ୍ଗମାନେ ପୁଅର ଦେଖାଶୁଣା କରୁଥିଲେ। ପରେ ଭାରତୀଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହା ପରେ ଦୁବାଇ ଡିଏମକେ ସଂଗଠକ ମହମ୍ମଦ ମେରାନଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା। ସେ ଏ ସମ୍ପର୍କରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ଶିଶୁକୁ ଦୁବାଇରୁ ଆଣିବା ପାଇଁ ତୁରନ୍ତ ବ୍ୟବସ୍ଥା କରାଯାଇଥିଲା। ଇଣ୍ଡିଗୋ ବିମାନରେ ସତୀଶ କୁମାର ନାମକ ଜଣେ ଯାତ୍ରୀ ଦୁବାଇରୁ ଥିରୁଭରୁକୁ ଆସୁଥିଲେ। ତାଙ୍କ ସହ ୧୧ ମାସର ଶିଶୁକୁ ମା'ର ଅସ୍ଥି ସହ ତ୍ରିଚି ପଠାଇବାକୁ ନିଷ୍ପତ୍ତି ନିଆଗଲା। ସତୀଶ ଦେବେଶ ନିରାପଦରେ ନିଜ ଦେଶକୁ ଆଣିଥିଲେ ଓ ତ୍ରିଚି ବିମାନବନ୍ଦରରେ ତାଙ୍କ ପିତା ଭେଲାଭାନଙ୍କୁ ହସ୍ତାନ୍ତର କରିଥିଲେ।

ଭେଲାଭାନ୍ କହିଛନ୍ତି ଯେ କାଲାକୁରିଚି ସାଂସଦ ତାଙ୍କ ପୁଅର ଶିକ୍ଷା ଖର୍ଚ୍ଚ ବହନ କରିବା ସହ ପରିବାରକୁ ଆର୍ଥିକ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.