ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୁରିଷ୍ଟ ବସ୍‌ ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କଳିଙ୍ଗା ଘାଟି ଦେଇ ଯିବନାହିଁ ଟୁରିଷ୍ଟ ବସ୍‌
  • ||
  • କେଦାରନାଥ ଯାତ୍ରାରେ ବାଧକ ସାଜିଛି ତୁଷାରପାତ, ବାରମ୍ବାର ଫସୁଛନ୍ତି ଯାତ୍ରୀ
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୧୨୪ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ କୋଭିଡ୍ ପଜିଟିଭ୍
  • ||
  • ରାଇରଙ୍ଗପୁର: ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
  • ||

ଝାଡ଼ଖଣ୍ଡରେ ୨ଜଣ ନାବାଳିକାଙ୍କୁ ୧୧ଜଣ ଦୁର୍ବୃତ୍ତ କଲେ ଗଣଦୁଷ୍କର୍ମ

28/08/2018 at 3:15 AM

ଝାଡ଼ଖଣ୍ଡ ୨୮/୮: ଝାଡ଼ଖଣ୍ଡର ଲୋହାରଦଗା ଜିଲ୍ଲାରେ ଦୁଇ ନାବାଳିକାଙ୍କୁ ୧୧ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ପୁଲିସ୍ ସମସ୍ତ ଦୋଷୀଙ୍କୁ ଗିରଫ କରିଛି। ଡିଏସପିଙ୍କ କହିବା ଅନୁସାରେ ଏହି ଘଟଣାରେ ସଂଶ୍ଲିଷ୍ଟ ସମସ୍ତ ଦୋଷୀଙ୍କ ବୟସ ୧୮ରୁ ୨୮ ବର୍ଷ ମଧ୍ୟରେ। ଅଗଷ୍ଟ ୧୬ତାରିଖରେ ଦୁଇ ଜଣ ନାବାଳିକା ହିରି ହରରା ଟୋଲି ଅଂଚଳରୁ ନିଜ ପଡ଼ୋଶୀଙ୍କ ସହିତ ମୋଟରସାଇକେଲରେ ଯାଉଥିବାବେଳେ ଦୁର୍ବୃତ୍ତମାନେ ହିରି ରେଲଓ୍ବେ ପୋଲ ପାଖରେ ତାଙ୍କୁ ଘେରି ଯାଇଥିଲେ। ଦୁର୍ବୃତ୍ତମାନେ ୨ନାବାଳିକାଙ୍କୁ ଏବଂ ସେମାନଙ୍କ ପଡ଼ୋଶୀଙ୍କୁ ଏକ ଶୂନଶାନ୍ ସ୍ଥାନକୁ ନେଇ ଯାଇଥିଲେ । ଦୁର୍ବୃତ୍ତମାନେ ପଡ଼ୋଶୀକୁ ନିସ୍ତୁକ ପିଟି ତାକୁ ସେଠାରୁ ବିଦା କରିଦେଇଥିଲେ। ଏହା ପରେ ସେମାନେ ଜଣକ ପରେ ଜଣେ ନାବାଳିକାଙ୍କ ସହ ବଳାତ୍କାର କରିଥିଲେ।
ଡିଏସପିଙ୍କ କହିବା ଅନୁସାରେ, ଦୁର୍ବୃତ୍ତମାନେ ଘଟଣା ସମୟରେ ପୀଡ଼ିତାମାନଙ୍କ ମୋବାଇଲ ଫୋନ୍ ମଧ୍ୟ ଛଡ଼ାଇ ନେଇଥିଲେ। ନାବାଳିକାଙ୍କ ବୟାନ ଅନୁସାରେ ସଦର ପୋଲିସ୍ ଷ୍ଟେସନରେ ମୋକଦ୍ଦମା ରୁଜୁ ହୋଇଥିଲା। ଏହି ଘଟଣାର ଅନୁସନ୍ଧାନ ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ଜଣେ ଦୁର୍ବୃତ୍ତଙ୍କ ଘରୁ ପୀଡ଼ିତାଙ୍କ ମୋବାଇଲ ଫୋନ୍ ସଂଗ୍ରହ ପୋଲିସ ଉଦ୍ଧାର କରିଛି।

   Related Posts