କମିଲା ସଂକ୍ରମଣ ବଢିଲା ସୁସ୍ଥ ସଂଖ୍ୟା, ଆଜି ଆରୋଗ୍ୟ ହେଲେ ୧୧୯୫୪

Published By : Prameya-News7 Bureau | May 28, 2021 IST

ଭୁବନେଶ୍ଵର ୨୮।୦୫: ରାଜ୍ୟରେ ଗତ ଦୁଇ ଦିନ ହେବ ସଂକ୍ରମଣ ସଂଖ୍ୟାରେ  ହ୍ରାସ ଘଟିଛି। ଦୈନିକ ଯେଉଁଠି ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ସେଠି ଏହି ଦୁଇ ଦିନ ହେବ ୮ ହଜାର ତଳେ ରହିଛି। କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି। ହେଲେ ଆଶ୍ଵସ୍ତିକର କଥା ସଂକ୍ରମିତଙ୍କ ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ଆଶ୍ଵସ୍ତିକର ବିଷୟ। ଆଜି ଆକ୍ରାନ୍ତଙ୍କଠୁ ସୁସ୍ଥ ସଂଖ୍ୟା ଟପି ଯାଇଛି। ଗତ ୨୪ ଘଣ୍ଟାରେ ଓଡିଶାରେ ୧୧୯୫୪ ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୪୭୧୩୩ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶୁକ୍ରବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

wp:html /wp:html

ବିଭାଗ ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୮ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ସୁନ୍ଦରଗଡରୁ ୯୯୪, କଟକ ଜିଲ୍ଲାରୁ ୮୩୧, ଅନୁଗୋଳରୁ ୭୯୭, ଯାଜପୁରରୁ ୭୫୬, ସମ୍ବଲପୁରରୁ ୭୦୨, ମୟୂରଭଞ୍ଜରୁ ୫୪୫, ପୁରୀରୁ ୪୨୪, ଭଦ୍ରକରୁ ୪୨୦, ନୟାଗଡରୁ ୪୧୯, ନବରଙ୍ଗପୁରରୁ ୪୧୦, ବାଲେଶ୍ଵରରୁ ୪୦୮, ଜଗତସିଂହପୁରରୁ ୩୩୦, ରାୟଗଡାରୁ ୩୦୭, କଳାହାଣ୍ଡିରୁ ୨୯୬, ବଲାଙ୍ଗୀରରୁ ୨୯୪, କୋରାପୁଟରୁ ୨୫୮, ବରଗଡରୁ ୨୫୨, କେନ୍ଦୁଝରରୁ ୨୪୪, ସୋନପୁରରୁ ୨୨୦, ଗଞ୍ଜାମରୁ ୨୧୮, କେନ୍ଦ୍ରାପଡାରୁ ୧୯୩, ଢେଙ୍କାନାଳରୁ ୧୭୫ରୁ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୨୧୬ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୭୩୯୯୫୫ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦୪୧ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୧୭୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । କରୋନାରେ ଆଉ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୫୧କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.