Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୧୧୯ ଜଣଙ୍କୁ ପଦ୍ମ ପୁରସ୍କାର: ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୨ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ

8/11/2021 at 12:11 PM

ନୂଆଦିଲ୍ଲୀ ୦୮/୧୧: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତ କରାଯଇଛି । ତେବେ ତାଲିକାରେ ୭ ଜଣଙ୍କୁ ପଦ୍ମଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି ।

ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୨୯ ଜଣ ମହିଳା, ୧୬ ଜଣ ପୋଷ୍ଟମ୍ୟୁସ୍ ପୁରସ୍କାର ପ୍ରାପ୍ତ ଏବଂ ଜଣେ ଟ୍ରାନ୍ସଜେଣ୍ଡର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ରାଷ୍ଟ୍ରପତି ଭବନରେ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମାନଙ୍କୁ ସମ୍ମାନିତ କରିଛନ୍ତି । ଏହି ସମ୍ମାନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ପ୍ରମୁଖି ଉପସ୍ଥିତ ଥିଲେ ।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଗାୟକ ଦିବଂଗତ ଏସପି ବାଲାସୁବ୍ରମଣ୍ୟମ୍, ଓଡ଼ିଶାର ବାଲୁକା କଳାକାର ସୁଦର୍ଶନ ସାହୁ, ପ୍ରତ୍ନତତ୍ତ୍ୱବିତ୍ ବି.ବି ଲାଲଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ନେତା ତରୁଣ ଗୋଗୋଇଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି ।

ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ସଚିବ ଶ୍ରୀପେନ୍ଦ୍ର ମିଶ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦିବଂଗତ ନେତା ରାମ ଭିଲାସ ପାସୱାନ,ଏବଂ ଧାର୍ମିକ ନେତା କେବୁଲ ସାଦିକଙ୍କ ସମେତ ୧୦ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ୧୦୨ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ଗୋଆର ପୂର୍ବତନ ରାଜ୍ୟପାଳ ତଥା ଦିବଂଗତ ନେତା ମ୍ରିଦୁଲା ସିହ୍ନା , ବ୍ରିଟିଶ ଚଳଚ୍ଚିତ୍ର ନିର୍ଦ୍ଦେଶକ ପିଟର ବ୍ରୁକ୍, ପିତା ୱେଲ୍ସ ପ୍ରଫେସର ଚମାନ ଲାଲ ସାପ୍ରୁ ମଧ୍ୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
୭ ପଦ୍ମ ବିଭୂଷଣ ଧାରୀ
୧- ସିଞ୍ଜୋ ଆବେ- ଜନସମ୍ପର୍କ ବିଭାଗ, ଜାପାନ
୨- ଏସପି ବାଲାସୁବ୍ରମଣ୍ୟମ୍ (ପୋଷ୍ଟମ୍ୟୁସ୍)- କଲା, ତାମିଲନାଡୁ
୩- ଡକ୍ଟର ବେଲେ ମୋନାପ୍ପା ହେଗଡେ- ମେଡିସିନ୍, କର୍ଣ୍ଣାଟକ

୪-ଶ୍ରୀ ନରିନ୍ଦର ସିଂ କମ୍ପାନୀ (ପୋଷ୍ଟମ୍ୟୁସ୍) ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ଯୁକ୍ତରାଷ୍ଟ୍ର
୫- ମୌଲାନା ୱାହିଦୁଦ୍ଦିନ ଖାନ- ଆଧ୍ୟାତ୍ମିକତା, ଦିଲ୍ଲୀ
୬- ବିବି ଲାଲ- ପ୍ରତ୍ନତତ୍ତ୍ୱ, ଦିଲ୍ଲୀ
୭-ସୁଦର୍ଶନ ସାହୁ, କଳା, ଓଡ଼ିଶା
୧୦-ପଦ୍ମ ଭୂଷଣ ଧାରୀ
୧- କୃଷ୍ଣନ ନାୟାର ଶାନ୍ତକୁମାରୀ- କଳା, କେରଳ
୨- ତରୁଣ ଗୋଗୋଇ (ପୋଷ୍ଟମ୍ୟୁସ୍)- ଜନସମ୍ପର୍କ ବିଭାଗ, ଆସାମ
୩-ଚନ୍ଦ୍ରଶେଖର କାମ୍ବ୍ରା – ସାହିତ୍ୟ ଏବଂ ଶିକ୍ଷା, କର୍ଣ୍ଣାଟକ
୪- ସୁମିତ୍ରା ମହାଜନ -ଜନସମ୍ପର୍କ ବିଭାଗ, ମଧ୍ୟପ୍ରଦେଶ

୫-ନୃପେନ୍ଦ୍ର ମିଶ୍ର, ସିଭିଲ ସର୍ଭିସ, ଉତ୍ତରପ୍ରଦେଶ
୬-ରାମ ଭିଲାସ୍ ପାସୱାନ୍ (ପୋଷ୍ଟମ୍ୟୁସ୍) – ଜନସମ୍ପର୍କ ବିଭାଗ, ବିହାର
୭-କେଶୁଭାଇ ପଟେଲ (ପୋଷ୍ଟମ୍ୟୁସ୍) – ଜନସମ୍ପର୍କ ବିଭାଗ, ଗୁଜରାଟ
୮- କାଲବେ ସାଦିକ୍ (ପୋଷ୍ଟମ୍ୟୁସ୍) – ଆଧ୍ୟାତ୍ମିକତା, ଉତ୍ତରପ୍ରଦେଶ
୯. ରଜନୀକାନ୍ତ ଦେବଦାସ, ଇଣ୍ଡଷ୍ଟ୍ରିଜ୍, ମହାରାଷ୍ଟ୍ର
୧୦-ତରଲୋଚାନ୍ ସିଂ, ଜନସମ୍ପର୍କ ବିଭାଗ, ହରିୟାଣା

   Related Posts