ଆସିଲା ଭଲ ଖବର, ରାଜ୍ୟରେ ଆହୁରି ୧୧୯ କରୋନା ଆକ୍ରାନ୍ତ ସୁସ୍ଥ

Published By : Prameya-News7 Bureau | June 01, 2020 IST

ଭୁବନେଶ୍ୱର, ୦୧|୦୬: ରାଜ୍ୟରେ ଆହୁରି ୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା୧୨୪୫ରେ ପହଁଚିଛି ।

ସୋମବାର ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଯାଜପୁରର ୬୦ ଜଣ ଥିବା ବେଳେ କଟକର ୧୩ ଜଣ ରହିଛନ୍ତି । ସେହିପରି କେନ୍ଦ୍ରାପଡାର ୧୨, ଗଜପତିର ୯, ନୟାଗଡର ୬, ସୁନ୍ଦରଗଡର ୫ ଜଣ ସୁସ୍ଥ ହୋଇଛନ୍ତି । ଆହୁରି ମଧ୍ୟ ପୁରୀ, ବାଲେଶ୍ୱର ଓ ଖୋର୍ଧାର ୩ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏତତ୍ ବ୍ୟତୀତ ଗଞ୍ଜାବ, ବଲାଙ୍ଗୀରର ୨ଜଣ ଲେଖାଏଁ ଓ ସମ୍ବଲପୁରର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

wp:html /wp:html

ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସୋମବାର ଦିନ ରାଜ୍ୟରେ ଆଉ ୧୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୦୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ କିଛି କ୍ବାରେଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନୀୟ ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରୁ ସର୍ବାଧିକ ୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.