Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ଜାପାନ ଜାହାଜରୁ ଓଡିଶାର ଶିବାଶିଷଙ୍କ ସହ ୧୧୯ କରୋନା ସନ୍ଦିଗ୍ଧ ଭାରତୀୟ ମୁକ୍ତ

27/02/2020 at 11:28 AM

ନୂଆଦିଲ୍ଲୀ ୨।୨: ଜାପାନ ସମୁଦ୍ରରେ ଅଟକିଥିବା କରୋନା ପ୍ରଭାବିତ ଜାହାଜରୁ ଫେରିଛନ୍ତି ୧୧୯ ଭାରତୀୟ । ଜାପାନର ୟାକୋହମାଠାରେ ଡାଇମଣ୍ଡ ପ୍ରିନ୍ସେସ୍ ଜାହାଜରେ ଅଟକି ଥିଲେ ୧୧୯ ଭାରତୀୟ । ଏମାନଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛି ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ । ଏହି ବିମାନରେ ୧୧୯ ଭାରତୀୟଙ୍କ ସମେତ ୫ ବିଦେଶୀ ମଧ୍ୟ ଫେରିଛନ୍ତି । କରୋନା ସଂକ୍ରମଣ ଆଶଙ୍କାରେ ୨ ସପ୍ତାହ ହେଲା ଜାପାନରେ ଏମାନେ ଅଟକି ରହିଥିଲେ ।

ଜାହାଜରେ ଅଟକ ଥିବା ଭାରତୀୟଙ୍କ ମଧ୍ୟରେ ଥିଲେ ଓଡିଶାର ଶିବାଶିଷ ନାୟକ । ପୁଅ ଫେରୁଥିବା ଶୁଣି ଶୁଭାଶିଷଙ୍କ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ସେପଟେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି । ବର୍ତ୍ତମାନ ସୁଦ୍ଧା ଚୀନରେ ମୃତ୍ୟୁ ସଂଖ୍ୟା ୨୭ଶହ ଟପିଥିବା ବେଳେ ବିଶ୍ବବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ହେଲାଣି । ଏବେ କରୋନା ଚୀନ୍ ବାହାରେ ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଭୟ ସୃଷ୍ଟି କଲାଣି । ଚୀନ୍ ଭିନ୍ନ ଇରାନ, ଇଟାଲି, ଫ୍ରାନ୍ସ, ଜାପାନ, ଦକ୍ଷିଣ କୋରିଆରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବ୍ରାଜିଲରେ ଗତକାଲି ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପାକିସ୍ତାନରେ ମଧ୍ୟ ଦୁଇ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରୀ ଜଫର ମିର୍ଜା ଏହି ସୂଚନା ଦେଇଛନ୍ତି । ସେମାନଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆମେରିକାରେ ଏଯାଏଁ ୫୭ ଜଣ ଏଥିରେ ଆକ୍ରାନ୍ତ ହୋଇଥିବାରୁ ସେଠାରେ କରୋନାକୁ ନେଇ ଜରୁରୀ ସ୍ଥିତି ଘୋଷଣା କରାଯାଇଛି । ବିଶ୍ବର ୭୦ ପ୍ରତିଶତ ଭାଗକୁ କରୋନା ବ୍ୟାପୀଯିବ ବୋଲି କିଛି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । ଏଥିସହିତ ଏହି ରୋଗର ଏପର୍ଯ୍ୟନ୍ତ କୌଣସି ଟୀକା ବାହାରି ନାହିଁ।

   Related Posts