Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କରୋନା ଟିକା ନେଲେ ୧୧୮ ବର୍ଷୀୟ ବୃଦ୍ଧ, ଲୋକଙ୍କୁ କଲେ ଏମିତି ଅପିଲ୍‌

28/05/2021 at 6:01 PM

ଶ୍ରୀନଗର ୨୮/୫: କରୋନା ଟିକା ନେଲେ ଶତାୟୁ ବ୍ୟକ୍ତି । ୧୧୮ ବର୍ଷ ବୟସରେ ଟିକା ନେଇ ଲୋକଙ୍କୁ ଭ୍ୟାକସିନ୍‌ ନେବାକୁ ଅପିଲ୍‌ କରିଛନ୍ତି । ଟିକା ନେବା ପରେ ତାଙ୍କର ଆତ୍ମବିଶ୍ବାସ ବୃଦ୍ଧି ହୋଇଥିବା ମଧ୍ୟ କହିଛନ୍ତି। ଜାମ୍ମୁ-କାଶ୍ମୀରର ରିୟାସୀ  ଜିଲ୍ଲାର ମାହୋର ତହସିଲ ବାସିନ୍ଦା ୧୧୮ ବର୍ଷୀୟ ମହମ୍ମଦ ପ୍ରଶାସନ ଦ୍ବାରା ଆୟୋଜିତ ଟିକାକରଣ କାର୍ଯ୍ୟକ୍ରମରେ ଗୁରୁବାର ସକାଳେ ଟିକା ନେଇଛନ୍ତି।

ଏହା ସହ ସଂକ୍ରମଣରୁ ରକ୍ଷା ପାଇବାକୁ ଟିକା ନେବା ପାଇଁ ଲୋକଙ୍କୁ ଅପିଲ୍‌ କରିଛନ୍ତି । ଏହା ସହ ଟିକା ନେବା ପରେ ଆତ୍ମବିଶ୍ବାସ ବଢ଼ିଛି ଏବଂ ପୂର୍ବାପେକ୍ଷା ଅଧିକ ସୁରକ୍ଷତି ମନେ କରୁଛନ୍ତି ବୋଲି ସେ କହିଛନ୍ତି। ଘାତକ ସଂକ୍ରମଣ ଦାଉରୁ ରକ୍ଷା ପାଇବା ପାଇଁ ଟିକା ଢ଼ାଲ ବୋଲି ୧୧୮ ବର୍ଷୀୟ ବୃଦ୍ଧ କହିଛନ୍ତି।

ଟିକାର ପ୍ରଭାବକୁ ନେଇ ଗୁଜବ ଉପରେ ଲୋକେ ବିଶ୍ବାସ କରିବା କଥା  ନୁହେଁ। ଶୀଘ୍ର ଟିକା ନେବା ଦରକାର। ଯଦି ଏତେ ବୟସରେ ମୁଁ ଟିକା ନେଇପାରୁଛି ତେବେ ମୋତେ ଲାଗୁଛି ଲୋକମାନେ ଟିକା ନେବାରେ ସଙ୍କୋଚ ପ୍ରକାଶ କରିବା ଉଚିତ ନୂହେଁ ବୋଲି ମହମ୍ମଦ କହିଛନ୍ତି। ଏହା ପୂର୍ବରୁ ଜାମ୍ମୁକାଶ୍ମୀର ଅନ୍ୟ ଜଣେ ୧୨୦ ବର୍ଷୀୟା ବୃଦ୍ଧା ଟିକା ନେବା ସହ ପୋଷ୍ଟର ଗାର୍ଲ ଭାବେ ଚର୍ଚ୍ଚା ସୃଷ୍ଟି କରିଥିଲେ। ଧୋଲି ଦେବୀ ନାମକ ଏହି ୧୨୦ ବର୍ଷୀୟା ବୃଦ୍ଧା ଲାଟି ତହସିଲ୍‌ ଅନ୍ତର୍ଗତ ଘରକଟିଆ ବାସିନ୍ଦା।

   Related Posts