ଥମୁନି ମହାମାରୀର ପ୍ରକୋପ: ଆଜି ସୁସ୍ଥ ହେଲେ ୧୧୬୨୭ ଜଣ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published By : Prameya-News7 Bureau | May 23, 2021 IST

ଭୁବନେଶ୍ଵର ୨୩।୦୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ପରେ ମଧ୍ୟ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଦୈନିକ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମେ ୫ରେ ସ୍ଥିତି ଯାହା ଥିଲା ତାଠୁ ସ୍ଥିତି ବର୍ତ୍ତମାନ ଅଧିକ ବିଗିଡିଛି। ମୃତ୍ୟୁ ସଂଖ୍ୟାରେ ବି ବ୍ରେକ୍ ଲାଗୁନି। ହେଲେ ସଂକ୍ରମିତଙ୍କ ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ଓଡିଶାରେ ୧୧୬୨୭ ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୮୯୬୧୦ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରବିବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

wp:html /wp:html

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୨୧୮୮ ରୋଗୀ ସୁସ୍ଥ ହୋଇଛନ୍ତି। ସେହି ପରି ସୁନ୍ଦରଗଡ ଜିଲ୍ଲାରୁ ୮୭୮, କଟକ ଜିଲ୍ଲାରୁ ୭୭୦, ଅନୁଗୋଳରରୁ ୭୦୬, ସମ୍ବଲପୁରରୁ ୬୭୮, ଯାଜପୁରରୁ ୪୬୬, ଭଦ୍ରକରୁ ୪୧୨, ପୁରୀରୁ ୩୮୬, ବଲାଙ୍ଗୀରରୁ ୩୫୭, ମୟୂରଭଞ୍ଜରୁ ୩୪୭, ବାଲେଶ୍ଵରରୁ ୩୪୦, ଝାରସୁଗୁଡାରୁ ୨୯୮, ନବରଙ୍ଗପୁରରୁ ୨୯୦, ବରଗଡରୁ ୨୮୭, ନୟାଗଡରୁ ୨୬୧, ଗଞ୍ଜାମରୁ ୨୩୮, ରାୟଗଡାରୁ ୨୩୬, ଜଗତସିଂହପୁରରୁ ୨୩୪, ବୌଦ୍ଧରୁ ୨୨୭ ଆଦି ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୮୫୨  ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬୯୨୩୮୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧୯୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୬୫୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । କରୋନାରେ ଆଉ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୮୪କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.