କମିଲା ସଂକ୍ରମଣ ବଢିଲା ସୁସ୍ଥ ସଂଖ୍ୟା, ଆଜି କରୋନାରୁ ଆରୋଗ୍ୟ ହେଲେ ଏତିକି ଲୋକ

Published By : Prameya-News7 Bureau | May 29, 2021 IST

ଭୁବନେଶ୍ଵର ୨୯।୦୫: ରାଜ୍ୟରେ ଗତ କିଛି ଦିନ ହେବ ସଂକ୍ରମଣ ସଂଖ୍ୟାରେ  ହ୍ରାସ ଘଟିଛି। ଦୈନିକ ଯେଉଁଠି ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ସେଠି ଏବେ ୮ ହଜାର ତଳେ ରହିଛି। କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି। ହେଲେ ଆଶ୍ଵସ୍ତିକର କଥା ସଂକ୍ରମିତଙ୍କ ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ଆଶ୍ଵସ୍ତିକର ବିଷୟ। ଏହି କ୍ରମରେ ଗତ ୨୪ ଘଣ୍ଟାରେ ଓଡିଶାରେ ୧୧୫୧୩ ଆକ୍ରାନ୍ତ ସୁସ୍ଥ  ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୫୮୬୪୬ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶନିବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି। ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରୁ ହଜାରେରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

wp:html /wp:html

ବିଭାଗ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୪୬୪ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ପରି କଟକ ଜିଲ୍ଲାରୁ ୧୦୫୨, ଯାଜପୁର ଜିଲ୍ଲାରୁ ୭୯୧, ସୁନ୍ଦରଗଡରୁ ୬୯୯, ଅନୁଗୋଳରୁ ୬୯୦, ପୁରୀରୁ ୫୬୮, ମୟୂରଭଞ୍ଜରୁ ୫୩୪, ବାଲେଶ୍ଵରରୁ ୫୨୪, ସମ୍ବଲପୁରରୁ ୪୩୮, ଝାରସୁଗୁଡାରୁ ୪୨୧, ବରଗଡରୁ ୩୮୪, ନୟାଗଡରୁ ୩୪୬, ଗଞ୍ଜାମରୁ ୩୧୬, ନବଙ୍ଗପୁରରୁ ୩୦୨, ଜଗତସିଂହପୁରରୁ ୨୯୪, ବଲାଙ୍ଗୀରରୁ ୨୯୩, କୋରାପୁଟରୁ ୨୬୪ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧୮୮ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୭୪୭୧୪୩ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦୨୬ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୧୬୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । କରୋନାରେ ଆଉ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୮୬କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.