ଆଶ୍ଚର୍ଯ୍ୟ: ମୃତ୍ୟୁର ୪ ଘଣ୍ଟା ପରେ ବଞ୍ଚି ଉଠିଲେ ୧୧୫ ବର୍ଷ ବୟସ୍କ ଏହି ବାବା

Published By : Prameya-News7 Bureau | July 24, 2019 IST

ମଣିଷ ଜୀବନର ଜନ୍ମ ମରଣ ସବୁ ଭଗବାନଙ୍କ ହାତରେ ଲେଖା ବୋଲି କୁହାଯାଏ। ଏହି ବାଣୀକୁ ଜୟପୁର ଜଣେ ବାବା ସତ ପ୍ରମାଣ କରି ଦେଖାଇଛନ୍ତି। ବିଶ୍ବରେ ଏମିତି ଅନେକ ଘଟଣା ହୁଏ ଯାହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। ଏଭଳି ଏକ ଚମତ୍କାର ଘଟଣା ଜୟପୁରର କାନପୁର ଇଲାକାରେ ଘଟିଛି। ସୂଚନାଯୋଗ୍ୟ ଯେ, ୧୧୫ ବର୍ଷ ବୟସ୍କ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ, ଏହି ବୃଦ୍ଧ ବାବାଙ୍କ ଅନ୍ତିମ ସଂସ୍କାର କରିବା ସମୟରେ ସେ ହଠାତ୍‌ ବଞ୍ଚି ଉଠିଥିଲେ।     

କେବଳ ସେତିକି ନୁହେଁ ମୃତ ଅବସ୍ଥାରୁ ଫେରିବା ପରେ ସେ ନିଜେ ଠିଆ ହେବାସହ ଚାଲିବାକୁ ଲାଗିଥିଲେ। କାନପୁରରେ ଏହି ବାବାଙ୍କୁ ନେଇ ଏବେ ବହୁତ ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ବାବାଙ୍କ ମୃତ୍ୟୁ ସୋମବାର ଦିନ ରାତିରେ ହୋଇଥିଲା। ତାଙ୍କ ମୃତ୍ୟୁ ହୋଇଥିବାରୁ ସମଗ୍ର ଗ୍ରାମବାସୀ ଦୁଃଖିତ ଥିଲେ। ତାଙ୍କ ସମାଧି ତିଆରି କରିବା ପାଇଁ ଗାଁ ମନ୍ଦିର ପରିସରରେ ଗାତ ଖୋଳା ଯାଇଥିଲା।  

କିନ୍ତୁ ମୃତ୍ୟୁର ୪ ଘଣ୍ଟା ପରେ ହଠାତ୍‌ ତାଙ୍କ ଶବରେ ଜୀବନ ଫେରିଆସିଥିଲା। ସେ ପୁଣି ଥରେ ବଞ୍ଚିଉଠିଲେ। ପ୍ରଥମେ ଲୋକେ ଡରିଯାଇଥିଲେ। ଆତ୍ମା ଭାବି ତାଙ୍କୁ ପୂଜା କଲେ। କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ସେ ସାଧାରଣ ମଣିଷ ଭାବେ କଥାବାର୍ତ୍ତା କରିଥିବାରୁ ଗ୍ରାମବାସୀ ତାଙ୍କୁ ଡାକ୍ତର ପାଖକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଜୀବିତ ଘୋଷଣା କଲେ। ଅନେକ ଲୋକ ଏହି ଘଟଣାକୁ ଭଗବାନଙ୍କ ଚମତ୍କାର ବୋଲି କହୁଛନ୍ତି। ନାରାୟଣ ବାବା ନାଁରେ ସେ ପରିଚିତ। ଏହି ବାବା ଗାଁ ମନ୍ଦିରକୁ ୧୫-୨୦ ବର୍ଷ ପୂର୍ବରୁ ଆସିଥିଲେ। ଅନେକ ସମୟରୁ ବାବା ଅନ୍ନ ତ୍ୟାଗ କରିଛନ୍ତି ଓ କେବଳ ଫଳ ଖାଉଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.