Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନକଲି ନୋଟ କାରବାର ରାକେଟ ଠାବ : ନକଲି ନୋଟ ଜବତ ସହ ଜଣେ ଗିରଫ

ରାୟଗଡା ୯।୧୧: ରାୟଗଡା ଜିଲ୍ଲା ଟିକିରି ଥାନା ପୋଲିସ ହାତରେ ଧରାପଡ଼ଛି ନକଲି ନୋଟ କାରବାର କରୁଥିବା ରାକେଟ। ପୋଲିସ 115 ଟି ନକଲି 2 ହଜାର ଟଙ୍କିଆ ନୋଟ ଜବତ ସହ ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଟିକିରି ଥାନା ଅଞ୍ଚଳରେ ଚୋରା ନକଲି ନୋଟ କାରାବାର ହେଉଥିବା ପୋଲିସରକୁ ସୂଚନା ମିଳିଥିଲା । ପୋଲିସ ସୂଚନା ପାଇଁ  ଚଢାଉ କରି ଜଣେଙ୍କୁ   ଗିରଫ  କରିଥିଲା  । ଗିରଫ ଯୁବକ ଜଣକ ହଲେ ଟିକିରି ଅଞ୍ଚଳ ସୁନାମୁଦି ସାହିର ଦେବ ଜୋହନ ନାଏକ ଓରଫ ଯୋଗେନ୍ଦ୍ର।

 ଗତ କିଛିଦିନ ହେବ ଯୋଗେନ୍ଦର ନକଲି ନୋଟ କାରବାର କରୁଥିଲା।  ଗତକାଲି ଚଢାଉ ସମୟରେ ତାହା ଯୋଗେନ୍ଦ୍ର ଘରୁ 115 ଟି 2 ହଜାର ଟଙ୍କା ନକଲି ନୋଟ ଜବତ ହୋଇଥିଲା। ଗିରଫ ଯୋଗେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିବା ସମ୍ପର୍କରେ  ରାୟଗଡା ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ନକଲି ନୋଟ କାରବାର ଲିଙ୍କ  ଖୋଜି ପୋଲିସ ବାହାର କରିବ ବୋଲି  ଏସ୍‌ପି କହିଛନ୍ତି । ତେବେ ଏହି ଘଟଣାରେ ଅନ୍ୟ କେହି ସାମିଲ ଥିବା ନେଇ ମଧ୍ୟ ପୋଲିସ ସନ୍ଦେହ  କରୁଛି।

138 Views

   ସମ୍ବନ୍ଧିତ ଖବର