କର୍ଣ୍ଣାଟକରେ ଯୀଶୁଙ୍କ ସବୁଠୁ ବଡ଼ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ହେବ ! ଏବେଠୁ କମ୍ପିଲାଣି କଂଗ୍ରେସ- ବିଜେପି ନେତାଙ୍କ ପାଟି

Published By : Prameya-News7 Bureau | December 27, 2019 IST

ବେଙ୍ଗାଲୁରୁ ତା ୨୭.୧୨- ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ହୋଇନି କିନ୍ତୁ କମ୍ପିଲାଣି ରାଜନୀତି ।  କର୍ଣ୍ଣାଟକ କଂଗ୍ରେସ ନେତା  ଡିକେ ଶିବ କୁମାର ତାଙ୍କ ନିର୍ବାଚନ କ୍ଷେତ୍ର  କନକପୁରାରେ  ପ୍ରସ୍ତାବିତ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ଲାଗି ଏକ ଭିତ୍ତିପ୍ରସ୍ତର ଉଦଘାଟନ କରିବାର ଦୁଇ ଦିନ ପରେ ରାଜନୀତି ହୁଲସ୍ତୁଲ । ବିଜେପି ଏବଂ କଂଗ୍ରେସ ନେତାଙ୍କ ଭିତରେ ଆକ୍ଷେପ ପ୍ରତି ଆକ୍ଷେପ କେବଳ ରାଜ୍ୟ ନୁହେଁ ଜାତୀୟ ରାଜନୀତିକୁ ସରଗରମ କରିଛି ।ଡିକେ ଶିବକୁମାରଙ୍କ ଏହି ପଦକ୍ଷେପକୁ ଏକ ତୁଷ୍ଟିକରଣ  ତଥା ଆନୁଗତ୍ୟ ରାଜନୀତି ବୋଲି  କହିଛି ବିଜେପି ।

{"id":203571,"width":563,"height":599,"sizeSlug":"large"}

ଶିବକୁମାର କନକପୁରାରର ଖ୍ରୀଷ୍ଟିଆନ ବହୁଳ ହରୋବେଲ୍ରେ ଗତ ୨୫ ତାରିଖ ଦିନ ୧୧୪ ଫୁଟ ଉଚ୍ଚତାର ଯୀଶୁ ଖ୍ରୀଷ୍ଟଙ୍କର ଏକ  ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ଲାଗି ଭିତ୍ତିପ୍ରସ୍ତର ଦେଇଛନ୍ତି ।୧୩ ଫୁଟ ଉଚ୍ଚ ଏକ ପେଣ୍ଡାଲ ଉପରେ ଏହି ପ୍ରତିମୂର୍ତ୍ତୀ  ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି । ଏବଂ ଏହା ବିଶ୍ୱର ସବୁଠୁ ଉଚ୍ଚ ଯୀଶୁ ପ୍ରତିମୂର୍ତ୍ତୀ ହେବ ବୋଲି ଶିବକୁମାର କହିଛନ୍ତି ।  କିନ୍ତୁ  ଏଥିରେ କ୍ଷୁବ୍ଧ ହୋଇଛନ୍ତି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ହେଗଡେ । ସେ ଏହାକୁ ଶିବକୁମାରଙ୍କ ତୁଷ୍ଟିକରଣ ଏବଂ ଆନୁଗତ୍ୟ ରାଜନୀତି ଦର୍ଶାଇ ଆକ୍ଷେପ କରିଛନ୍ତି । କହିଛନ୍ତି ତିହାରରୁ ଫେରିଥିବା ନେତା , ତାଙ୍କର ସ୍ଥାନ ପାଇଁ ସଂଘର୍ଷ କରୁଛନ୍ତି । ଆଉ ସେଥିଲାଗି ସେ ଜଣେ ଇଟାଲିୟ  ମହିଳା ( କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଇଙ୍ଗିତ କରି)ଙ୍କୁ ଖୁସି କରିବାକୁ  ଏପରି ଦୁଃସାହସ ଦେଖାଉଛନ୍ତି ।ଏହା କହିବା ବେଳେ କଂଗ୍ରେସକୁ ବି କଡା ଭାଷାରେ ସମାଲୋଚନା କରି ହେଗଡେ କହିଛନ୍ତି, କଂଗ୍ରେସରେ ଥିବା କ୍ରୀତଦାସ ମାନେ ଆନୁଗତ୍ୟ ରାଜନୀତି କରିବା ନୂଆ କିମ୍ବା ଆଶ୍ଚର୍ଯ୍ୟ କଥା ନୁହେଁ ।

{"id":203572,"width":571,"height":571,"sizeSlug":"large"}

 ତେବେ ଏହାର କଡା ଜବାବ ରଖିଛନ୍ତି ଶିବକୁମାର । ସେ କହିଛନ୍ତି,ସେ ଲୋକଙ୍କ ଧାର୍ମିକ ବିଶ୍ବାସକୁ ସମ୍ମାନ ଦିଅନ୍ତି ।ଲୋକଙ୍କ ଭଲ ପାଇବା ତାଙ୍କ ସହ ଅଛି । ସେ କଥା  ରକ୍ଷାକରି ନିଜ ଟଙ୍କାରେ ଜମି କିଣି ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ଲାଗି ଦେଇଥିବା କହିଛନ୍ତି । ତା ସହ ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଅନେକ ମନ୍ଦିର ବି କରିଛନ୍ତି । କିନ୍ତୁ ଶିବ କୁମାରଙ୍କୁ ଆହୁରି କଡା ଭାଷାରେ ସମାଲୋଚନା କରିଛନ୍ତି କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କେଏସ ଇଶ୍ୱରପ୍ପା । ସେ କହିଛନ୍ତି ରାମ ମନ୍ଦିରକୁ ବିରୋଧ କରୁଥିବା କଂଗ୍ରେସ ନେତା ଯୀଶୁଙ୍କ ପାଇଁ ଏତେ ବିକଳ କାହିଁକି ? ତେବେ କଂଗ୍ରେସ ଏବଂ ବିଜେପି ନେତାଙ୍କ କଳି ରୋଚକ ହୋଇଥିବା ବେଳେ ସାରା ଦେଶରେ ନେତାଙ୍କ ଏପରି ଷ୍ଟାଚ୍ୟୁ ପଲିଟିକ୍ସ ଜାରି ରହିଛି ।ଦେଖାଯାଉ କେବେ ଯୀଶୁଙ୍କ ବୃହତ୍ତମପ୍ରତିମୂର୍ତ୍ତୀ ପ୍ରତିଷ୍ଠା ହେଉଛି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.