କନ୍ଧମାଳ ଜି.ଉଦୟଗିରି ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ୍ରୁ ୧୧୩ ଜଣ ଝିଅ ଓ ୨୯ ଜଣ ପୁଅ ଉଦ୍ଧାର
3/12/2018 at 12:43 PM

କନ୍ଧମାଳ ୦୩|୧୨: ଢେଙ୍କାନାଳ ବେଲଟିକିରି ସ୍ଥିତ ସେଲଟର ହୋମରେ ଯୌନ ନିର୍ଯାତନା ଘଟଣା ସାମ୍ନାକୁ ଆସିବା ପରେ ଏବେ ସାରା ରାଜ୍ୟରେ ଥିବା ସେଲଟର ହୋମ ଗୁଡ଼ିକ ଉପରେ କଡ଼ା ନଜର। କନ୍ଧମାଳ ଜି. ଉଦୟଗିରିରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ୍ ରୁ ୧୧୩ ଜଣ ଝିଅ ଓ ୨୯ ଜଣ ପୁଅଙ୍କୁ ଉଦ୍ଧାର କରାଯାଇ ଅନ୍ୟ ସ୍ଥାନରେ ରଖାଯାଇଛି। ଝିଅମାନଙ୍କୁ ଉଦ୍ଧାର ପରେ ସ୍ଥାନୀୟ ସୁଭଦ୍ରା ମହତାବ ସେବାଶ୍ରମରେ ରଖାଯାଇଥିବା ବେଳେ ପୁଅ ମାନଙ୍କୁ କଳିଙ୍ଗା ସ୍ଥିତ ଭିଜନ ଇଣ୍ଡିଆ ସଂସ୍ଥାରେ ରଖାଯାଇଛି। ଜି. ଉଦୟଗିରିର ବୁଲୁସୁଗାରେ ଥିବା ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ୍ ର ଲାଇସେନ୍ସ ନବୀକରଣ ନହେବା, ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ରଖାଯିବା, ସେଲଟର ହୋମର ପାଚେରୀ ନଥିବା ଏବଂ କାଗଜପତ୍ରରେ ଠିକ୍ ନଥିବାରୁ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ ଅଶୋକ କୁମାର ବେହେରା କହିଛନ୍ତି ।