ଦେଶରେ ୨୪ ଘଣ୍ଟାରେ କରୋନା ଯୋଗୁଁ ୧୧୩୩ ଲୋକଙ୍କ ମୃତ୍ୟୁ, ସଂକ୍ରମିତଙ୍କ ସଂଖ୍ୟା ଟପିଲା ୪୨ ଲକ୍ଷ

Published By : Prameya-News7 Bureau | September 08, 2020 IST

ନୂଆଦିଲ୍ଲୀ ୦୮/୦୯: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ମାମଲା ଉପରମୁହାଁ ହେଉଛି। ପ୍ରଥମ ଥର ଗୋଟିଏ ଦିନରେ ୭୩ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଥିଲେ। ତେବେ ଦୁଇ ଦିନ କ୍ରମାଗତ ସଂକ୍ରମଣରୁ ୯୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିବା ପରେ ଗତ ୨୪ ଘଂଟା ମଧ୍ୟରେ ଏହି ସଂଖ୍ୟା ୧୫ ହଜାରରୁ କମ୍ ଅର୍ଥାତ୍ ୭୫,୮୦୯ ରହିଲା। ଏହା ପୂର୍ବରୁ ଗତ ରବିବାରକୁ ସମଗ୍ର ଦେଶରେ କରୋନା ସଂକ୍ରମଣର ୯୦,୮୦୨ ଓ ଶନିବାରକୁ ୯୦,୬୩୨ ମାମଲା ଆସିଥିଲା। ସଂକ୍ରମିତଙ୍କ ସଂଖ୍ୟା ୪୨ ଲକ୍ଷରୁ ଅଧିକ ହେବା ପରେ ମହାମାରୀରେ ପ୍ରଭାବିତ ଦେଶ ତାଲିକାରେ ଭାରତ ଆମେରିକା ପରେ ଦ୍ବିତୀୟ ସ୍ଥାନରେ ରହିଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷରୁ ଅଧିକ ହୋଇଥିବା ବେଳେ ତୃତୀୟ ସ୍ଥାନରେ ବ୍ରାଜିଲ ଅଛି ଯାହାର ସଂଖ୍ୟା ୪୧.୪୮ ଲକ୍ଷ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି (ମଙ୍ଗଳବାର) ଜାରି ହୋଇଥିବା ତଥ୍ୟ ଅନୁସାରେ ଦେଶରେ ଗତ ୨୪ ଘଣ୍ଟାରେ ୭୩,୫୨୧ ଲୋକଙ୍କ ମଧ୍ୟରୁ ୩୩,୨୩,୯୫୧ଜଣ କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। କରୋନା ସଂକ୍ରମଣର  ନୂଆ ମାମଲା ୭୫,୮୦୯ ନୂଆ ମାମଲା ଆସିଛି। ଏହା ସହ ସଂକ୍ରମିତଙ୍କ ସଂଖ୍ୟା ୪୨,୮୦,୪୨୩ରେ ପହଞ୍ଚିଛି। ସୁସ୍ଥ ହେବା ତୁଳନାରେ ନୂଆ ମାମଲା ଅଧିକ ହେବାରୁ ସକ୍ରିୟ ମାମଲା ୧,୧୫୫କୁ ବୃଦ୍ଧି ପାଇ ୮,୮୩,୬୯୭ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧,୧୩୩ ସଂକ୍ରମିତଙ୍କ ମୃତ୍ୟୁ ହେବାରୁ ମୃତକଙ୍କ ସଂଖ୍ୟା ୭୨,୭୭୫ରେ ପହଞ୍ଚିଛି। ଏହି ସକ୍ରିୟ ମାମଲାରେ ୨୦.୬୫ ପ୍ରତିଶତ ଓ ଆରୋଗ୍ୟ ହାର ୭୭.୬୫ ପ୍ରତିଶତ ଓ ମୃତ୍ୟୁ ହାର ୧.୭୦ ପ୍ରତିଶତ ରହିଛି।

କୋଭିଡ୍ ୧୯ରେ ସବୁଠୁ ଗମ୍ଭୀର ଭାବେ ପ୍ରଭାବିତ ମହାରାଷ୍ଟ୍ରରେ ସକ୍ରିୟ ମାମଲା ସଂଖ୍ୟା ଖୁବ୍ ବଢ଼ିଛି। ଏହି ସଂଖ୍ୟା ୧,୦୮୪ରୁ  ବଢ଼ି ୨,୩୭,୨୯୨ରେ ପହଞ୍ଚିଛି। ଏହା ସହ ୪୨୩ ଜଣଙ୍କ ମୃତ୍ୟୁ ହେବାରୁ ମୃତକଙ୍କ ସଂଖ୍ୟା ୨୭,୦୨୭ ହୋଇଛି। ଏହି କ୍ରମରେ ୧୪,୯୨୨ ଲୋକ ସଂକ୍ରମଣମୁ ହୋଇଛନ୍ତି। ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ୬,୫୯,୩୨୨ ହୋଇଛି। ଦେଶରେ ସର୍ବାଧିକ ସକ୍ରିୟ ମାମଲାରେ ଏହି ରାଜ୍ୟ ଅଛି। ଆନ୍ଧ୍ର ପ୍ରଦେଶରେ ରୋଗୀଙ୍କ ସଂଖ୍ୟା ୧,୭୫୭ରୁ କମ୍ ହୋଇ ସକ୍ରିୟ ମାମଲା ୯୭,୯୩୨ରେ ରହିଛି। ରାଜ୍ୟ‌ରେ ଏବେ ସୁଦ୍ଧା ୪୪୮୭ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ସମୁଦାୟ ସଂକ୍ରମଣମୁକ୍ତ ହୋଇଛନ୍ତି ୪,୪୦,୦୭୪ ଜଣ। କଣ୍ର୍ଣଟକ‌ରେ ଗତ ୨୪ ଘଣ୍ଟାରେ ରୋଗୀ ସଂଖ୍ୟା ୨,୨୬୫ରୁ କମ୍ ହୋଇଛି ଓ ସକ୍ରିୟ ମାମଲା ଏବେ ରହିଛି ୯୭,୦୨୦। ରାଜ୍ୟରେ ମୃତ୍ୟୁଜନିତ ସଂଖ୍ୟା ୬,୫୩୪ରେ ପହଞ୍ଚିଛି ତଥା ସମୁଦାୟ ୩,୦୦,୭୭୦ ଲୋକ ସୁସ୍ଥ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.