କରୋନା ଲକଡାଉନ୍ ପରେ ବିମାନ ଯାତ୍ରାରେ ରେକର୍ଡ: ଦିନକରେ ୧୧୨୧ ବିମାନଯାତ୍ରା, ଲକ୍ଷେରୁ ଅଧିକ ଲୋକ କଲେ ଯାତ୍ରା

Published By : Prameya-News7 Bureau | September 02, 2020 IST

ନୂଆଦିଲ୍ଲୀ ୦୨/୦୯- କରୋନା ଯୋଗୁ ଲାଗୁ ହୋଇଥିବା ଲକ୍ଡାଉନ୍ରେ ବିମାନ ଯାତ୍ରା ବନ୍ଦ ଥିଲା। ଏହା ଦ୍ବାରା ବିମାନ ‌େସେବା ମଧ୍ୟ ପ୍ରଭାବିତ ହୋଇ ଥିଲା। ବିମାନ ଚଳାଚଳ ଆରମ୍ଭ ହେବା ପରେ ଲୋକେ ପୁଣି ଯାତ୍ରା କରିବାରୁ ବାଦ୍ ପଡି ନାହାନ୍ତି। କରୋନା କାଳରେ ବିମାନ ଯାତ୍ରାକୁ ନେଇ ଏବେ ଯାତ୍ରୀଙ୍କ ବିଶ୍ବାସ ଧୀରେ ଧୀରେ ବଢ଼ିବା ଆରମ୍ଭ ହୋଇଛି। ଏହାର ପ୍ରମାଣ ମଧ୍ୟ ଦେଖିବାକୁ ମିଳିଛି। ସେଥିପାଇଁ ଗୋଟିଏ ଦିନରେ ଲକ୍ଷେରୁ ଅଧିକ ଲୋକ ଯାତ୍ରା କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଅର୍ଥାତ୍ ସେପ୍ଟମ୍ବର ୧ରେ ୧୧ଶହରୁ ଅଧିକ ବିମାନଯାତ୍ରାରେ ଏକ ଲକ୍ଷ ୨୦ ହଜାରରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି।

ଏ ନେଇ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି- ସେପ୍ଟେମ୍ବର ୧ରେ ୧୧୨୧ ଘରୋଇ ବିମାନଯାତ୍ରାରେ ୧,୨୦,୭୨୫ ଯାତ୍ରୀ ଯାତ୍ରା କରିଛନ୍ତି। ଅବଶ୍ୟ ଏହା ଥିଲା ଘରୋଇ ପରିଚାଳନା ଆରମ୍ଭର ୧୦୧ତମ ଦିନ।  ମେ ୨୫ରେ ୪୧୮ ବିମାନରେ ୩୦,୫୫୦ ଯାତ୍ରୀଙ୍କ ସହ ଯାତ୍ରା ଆରମ୍ଭ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.