ଓମିକ୍ରନ୍‌ ଭୟ ମଧ୍ୟ​‌ରେ କର୍ଣ୍ଟାଟକ ଏବଂ ତେଲେଙ୍ଗାନାରେ କରୋନା ବିସ୍ଫୋରଣ, ୧୧୨ ଛାତ୍ରଛାତ୍ରୀ ସଂକ୍ରମିତ

Published By : Prameya-News7 Bureau | December 06, 2021 IST

ନୂଆଦିଲ୍ଲୀ ୦୬/୧୨: ଓମିକ୍ରନ୍‌ ଭାରିଏଣ୍ଟର ଭୟ ମଧ୍ୟରେ କର୍ଣ୍ଣାଟକର ଏକ ସରକାରୀ ସ୍କୁଲ୍‌ ଏବଂ ତେଲେଙ୍ଗାନାର ଏକ ମେଡିକାଲ୍‌ କଲେଜ୍‌ରେ କରୋନା ବିସ୍ଫୋରଣ ଘଟିଛି । କର୍ଣ୍ଣାଟକର ଚିକମାଙ୍ଗାଲୁରୁର ଏକ ସରକାରୀ ସ୍କୁଲ୍‌ରେ ୫୯ ଛାତ୍ର ଏବଂ ୧୦ ଶିକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି ତେଲେଙ୍ଗାନାର କରୀମନଗରରେ ଥିବା ଚଲମେଡା ଆନନ୍ଦ ରାଓ ମେଡିକାଲ୍‌ ସାଇନ୍ସେସ୍‌ ଇନଷ୍ଟିଚ୍ୟୁଟ୍‌ରେ ୪୩ ଜଣ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ହୋଇଛନ୍ତି ।

କର୍ଣ୍ଣାଟକର  ଚିକମାଙ୍ଗାଲୁରୁର ଜିଲ୍ଳାପାଳଙ୍କ ଅନୁସାରେ, ସଂକ୍ରମିତଙ୍କ ଠାରେ କୌଣସି ପ୍ରକାର ଲକ୍ଷଣ ଦେଖାଯାଇନଥିଲା। ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ସେହି ଅଞ୍ଚଳରେ ଏକାଧିକ ଆମ୍ବୁଲାନ୍ସ ରଖାଯାଇଛି। ଜରୁରୀ ହେଲେ ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ସ୍କୁଲ୍‌ରେ ୪୫୦ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ବିଦ୍ୟାଳୟକୁ ସିଲ୍‌ କରାଯାଇଛି ।

ସଂକ୍ରମିତ ଛାତ୍ର ଏବଂ ଶକ୍ଷକଙ୍କ ଛାତ୍ରାବାସରେ କ୍ବାରେଣ୍ଟାଇନ୍‌ କରିଦିଆଯାଇଛି। ସେପଟେ ତେଲେଙ୍ଗାନାର ଏକ ମେଡିକାଲ୍‌ କଲେଜ୍‌ରୁ୪୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିସ୍ତୃତ୍ବ ବିବରଣୀ ମିଳିପାରି ନାହିଁ। ସୋମବାର ତେଲେଙ୍ଗାନରୁ ମୋଟ ୩ ହଜାର ୭୮୭ ଆକ୍ଟିଭ୍‌ ମାମଲା ଥିଲା। ରାଜ୍ୟରେ ଏବେ ସୁଦ୍ଧା ୩,୯୯୯ ରୋଗୀଙ୍କ ଜୀବନ ନେଇଛି କରୋନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.