ଭଦ୍ରକରେ ବଢୁଛି ନାଗସାପଙ୍କ ବଂଶ : ୩ବର୍ଷରେ ସର୍ପାଘାତରେ ମଲେଣି ୧୧୨ଜଣ ମଣିଷ ଓ ୪୪ ଜନ୍ତୁ, ପରିସ୍ଥିତି ଉଦ୍‌ବେଗଜନକ

Published By : Prameya-News7 Bureau | July 14, 2019 IST

ଚାନ୍ଦବାଲି ୧୪|୭: ଭଦ୍ରକ ଜିଲ୍ଲାରେ ନାଗସାପାଙ୍କ ବଂଶ ବୃଦ୍ଧି ନେଇ ସରା ରାଜ୍ୟରେ ଏବେ ଚର୍ଚ୍ଚ। ଜୋର ଧରିଛି । ଅଧିକାଂଶ ସମୟରେ ଖବରର ଶିରୋନାମା ପାଲଟୁଛି ଭଦ୍ରକର  ବିଭିନ୍ନ ସ୍ଥାନରୁ ଗଣ୍ଡା ଗଣ୍ଡା ନାଗନାପ ଉଦ୍ଧାର ଖବର । ତେବେ ପ୍ରଶ୍ନ ଉଠୁଛି  ଅଗରୁ କାହଁକି ନାଗ ସାପଙ୍କ ବୃଦ୍ଧି ହେଉନଥିଲା ? ମାତ୍ର ଏହି ୩ ବର୍ଷ ମଧ୍ୟରେ ହଠାତ୍ ଏମାନଙ୍କର ସଂଖ୍ୟା ଏତେ ପରିମାଣରେ ବଢିବାର କାରଣ କଣ ? ବାସ୍ତବରେ ନାଗସାପଙ୍କ ବଂଶ ବୃଦ୍ଧି ପାଇଛି ନା ଅନ୍ୟ କିଛି କାରଣ ପାଇଁ  ଦିନକୁ ଦିନ ନାଗ ସାପ ଦେଖାଦେଉଛନ୍ତି ତାର ଉତ୍ତର ଏବେ ବନ ବିଭାଗ ପାଖରେ ନାହିଁ  ।

{"id":133519}

ଭଦ୍ରକ ଜିଲ୍ଲା ବନଖଣ୍ଡ ବିନବିଭାଗ ଅଧୀନରେ ୬ଟି ଡ଼ଭିଜନ ଅଫିସ ସହ ଚାନ୍ଦବାଲିରେ  ବନବିଭାଗର ମୁଖ୍ୟ କାର୍ଯ୍ୟାଳୟ ରହିଛି । ଭଦ୍ରକ ଜିଲ୍ଲାର ୬ଟି ବ୍ଳକ ମଧ୍ୟରୁ ଧାମନଗର , ଭଣ୍ଡାରପୋଖରୀ, ଭଦ୍ରକ, ଚାନ୍ଦବାଲି , ବାସୁଦେବପୁର ଓ ତିହିଡ଼ି ବ୍ଳକରେ ୨୦୧୭ରୁ ୧୯ ମଧ୍ୟରେ ବନବିଭାଗର ସୂଚନା ଅନୁସାରେ ଶହ ଶହ ସାପ ଉଦ୍ଧାର କରାଯାଇଛି । ବିଗତ ୩ବର୍ଷ ମଧ୍ୟରେ ବିଷଧର ସର୍ପ ଦଂଶନରେ ଜିଲ୍ଲାରେ ୧୧୨ ଜଣ ଲୋକ ଓ ୪୪ଟି ଜନ୍ତୁଙ୍କର ପ୍ରାଣହାନୀ ହେବାର ସରକାରୀ ସୂଚନା ରହିଛି  । ଏଥିସହ ବିଶେଷକରି ବର୍ଷା ଋତୁରେ ଅଧିକ ସଂଖ୍ୟାରେ ସାପ ଦେଖିବାକୁ ମଳିବା ସହ ଉଦ୍ଧାର ମଧ୍ୟ କରାଯାଉଛି ।  

{"id":133520}

ଭଦ୍ରକ ବନବିଭାଗ ଅଧୀନରେ ସରକାରୀ ସ୍ତରରେ ସ୍ଥାୟୀ, ଦକ୍ଷ ଓ କୁଶଳୀ ସାପ ଧରାଳି ନଥିବାରୁ ଅସ୍ଥାୟୀ ସାପ ଧରାଳିମାନେ ସାପଙ୍କୁ ଉଦ୍ଧାର କରି ପୁଣି ସ୍ଥାନୀୟ ଅଂଚଳରେ ଥିବା ଛୋଟବଡ଼ ବଣରେ ଛାଡ଼ିଦେଉଛନ୍ତି , କିଛି ଦିନ ପରେ ପୁଣି ସେହି ସାପ ମାନେ ଜନବସତି ଅଂଚଳକୁ ପ୍ରବେଶ କରୁଛନ୍ତି । ବନବିଭାଗ ଅଧିକାରୀଙ୍କ ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ସମୁଦ୍ର ଉପକୂଳବର୍ତ୍ତି ଅଂଚଳ ହୋଇଥିବାରୁ ସବୁ ସମୟରେ ମାଟିରେ ଆଦ୍ରତା ରହୁଛି।  ସାପଙ୍କ ବଂଶ ବୃଦ୍ଧି ପାଇଁ ପରିବେଶ ବେଶ ଅନୁକୂଳ ରହୁଥିବାରୁ ସାପଙ୍କ ସଂଖ୍ୟା ବଢିବାରେ ଲାଗିଛି । 

{"id":133521}

ଯଦି ଉଦ୍ଧାର ପରେ ବନବିଭାଗ  ସେହି ସାପମାନଙ୍କୁ  ଭିତରକନିକା ଅଭୟାରଣ୍ୟ କିମ୍ବା କାଳିଭଡ଼ିଆ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିବା ବ୍ୟବସ୍ଥା କରନ୍ତେ ତାହେଲେ ହୁଏତ ସାପ ସଂଖ୍ୟ ହ୍ରାସ ପାଆନ୍ତା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.