Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ବୁଲିଲା ଟ୍ୟୁସନ ଫତୁଆ , ହେବ ଆକ୍ସନ : ଉଚ୍ଚଶିକ୍ଷା ବିଭାଗର ପ୍ରଥମ ତାଲିକାରେ ୧୧୧ଅଧ୍ୟାପକଙ୍କ ଭିତରୁ କଟକ,ଭୁବନେଶ୍ବରରେ ବେଶି

27/01/2020 at 11:58 AM

ଭୁବନେଶ୍ବର ୨୭।୦୧: ଦୁଇଦିନ ତଳେ ଘୋଷଣା କରିଥିଲେ ଆଜି ତାଲିକା ଜାରି କଲେ । ସରକାରୀ କଲେଜ ଅଧ୍ୟାପକଙ୍କସ ଘରୋଇ ଟ୍ୟୁସନ ଉପରେ ବ୍ରେକ ଦେବାକୁ ଉଚ୍ଚଶିକ୍ଷା ବିଭାଗ ଏବେ ତତ୍ପର । ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ପ୍ରଥମ ତାଲିକାରେ ୧୧୧ଜଣ ଅଧ୍ୟାପକଙ୍କ ନାମ ରହିଛି । ଯେଉଁମାନେ କି ସରକାରୀ କଲେଜରେ  ଥାଇ ଘରୋଇ ଟ୍ୟୁସନ କରୁଛନ୍ତି । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି  । ବାରମ୍ବାର ତାଗିଦ୍ ସତ୍ତ୍ବେ ଏହି ସରକାରୀ କଲେଜ ଅଧ୍ୟାପକମାନେ ବାହାରେ ଟ୍ୟୁସନ କରି ପାଠ ପଢାଉଛନ୍ତି । ସରକାରୀ ନିୟମକୁ ବେଖାତିର କରିଛାଲିଛନ୍ତି । ଏହି ତାଲିକାରେ କଟକ ଓ ଭୁବନେଶ୍ବର ସମେତ ରାଜ୍ୟର ଉପକୂଳ ଜିଲ୍ଲାର ବିଭିନ୍ନ କଲେଜଗୁଡିକରେ କାର୍ଯ୍ୟରତ ଅଧ୍ୟାପକ ରହିଛନ୍ତି  ଏହି ରିପୋର୍ଟ ସଂଗ୍ରହ କରିଛି ଉଚ୍ଚଶିକ୍ଷା ବିଭାଗ ।

ପ୍ରଥମ ଦଫାରେ ୧୧୧ ଅଧ୍ୟାପକ ମାନଙ୍କର ତାଲିକା ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ସେମାନଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଭିତରେ ଭୁବନେଶ୍ବରର ବିଜେବି, ରମାଦେବୀ ଓମେନ୍ସ, ରମାଦେବୀ ଜୁନିଅର, ବିଜୁପଟ୍ଟନାୟକ, ଏକାମ୍ର କଲେଜର ୮ ଅଧ୍ୟାପକ, ଖୋର୍ଦ୍ଧାର ୬, ଭଦ୍ରକର ୮, ଯାଜପୁରର ୧୧, ସେହିପରି କଟକ, କେନ୍ଦ୍ରାପଡା, ବାଲେଶ୍ବର, କେନ୍ଦୁଝର, ଆଦି କଲେଜର ମୋଟ ୧୧୧ ଅଧ୍ୟାପକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

   Related Posts