ଭୁବନେଶ୍ୱରରୁ ଆଜି ୧୧୧ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୪୯

Published By : Prameya-News7 Bureau | July 25, 2020 IST

ଭୁବନେଶ୍ୱର ୨୫।୦୭: ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୬୨ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୪୯ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଆହୁରି ମଧ୍ୟ ୨୯ଜଣ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି ।

wp:html /wp:html

ଏହାସହ ରାଜଧାନୀରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୮୨୮ରେ ପହଁଚିଛି ।ଏହାମଧ୍ୟରୁ ୮୬୩ଜଣ ସୁସ୍ଥ ହୋଇଥିବା ବେଳେ ୧୧ଜଣ ପ୍ରାଣ ହରାଇଛନ୍ତି । ସେହିପରି ୯୫୨ଟି ସକ୍ରିୟ କେସ୍ ରହିଛି ।

ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ୧ହଜାର ଅତିକ୍ରମ କରୁଛି । ଏହିପରି ୨୪ ଘଣ୍ଟା ମଧ୍ୟରେ ୧୩୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୦୧୩ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୮୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୩୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

wp:core-embed/wordpress {"url":"http://www.prameyanews7.com/corona-cases-reached-24013-in-odisha/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/corona-cases-reached-24013-in-odisha/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.