କମୁଛି ସଂକ୍ରମଣ କିନ୍ତୁ ଖସୁନି ମୃତ୍ୟୁ ସଂଖ୍ୟା, ସେପଟେ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୧୦୧ ସଂକ୍ରମିତ

Published By : Prameya-News7 Bureau | November 20, 2020 IST

ଭୁବନେଶ୍ଵର ୨୦।୧୧: ରାଜ୍ୟରେ କରୋନା ସଂକ୍ରମଣ ସଂପ୍ରତି ନିୟନ୍ତ୍ରଣରେ ରହିଛି। ସୁସ୍ଥ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିବା ସ୍ଵାସ୍ଥ୍ୟ କ୍ଷେତ୍ର ପାଇଁ ବଡ ଉପଲବ୍ଧି ହୋଇଛି। ହେଲେ ମୃତ୍ୟୁ ସଂଖ୍ୟା  ଖସିବାର ନାଁ ଧରୁନାହିଁ। ମହାମାରୀ ତଳମୁହାଁ ହେବା ସହ ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୦୧ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୦୩,୮୯୭ରେ ପହଞ୍ଚିଛି।  ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଶୁକ୍ରବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ସୁନ୍ଦଗଗଡରୁ ୯୬, କଟକରୁ ୮୯, ମୟୂରଭଞ୍ଜରୁ ୬୮, ବଲାଙ୍ଗୀରରୁ ୬୦, ପୁରୀରୁ ୬୦, କଳାହାଣ୍ଡିରୁ ୫୮, ଜଗତସିଂହପୁରରୁ ୫୫, ଅନୁଗୁଳରୁ ୫୪, କେନ୍ଦ୍ରାପଡାରୁ ୪୭, ନୂଆପଡାରୁ ୪୪, କେନ୍ଦୁଝରରୁ ୪୨, ସମ୍ବଲପୁରରୁ ୩୭, ଭଦ୍ରକରୁ ୨୮ ଜଣ ରୋଗୀ କରୋନା ମୁକ୍ତ ହୋଇଛନ୍ତି।

ଏହା ବ୍ୟତୀତ ଯାଜପୁରୁ ୨୬, ଢେଙ୍କାନାଳରୁ ୨୩, ବାଲେଶ୍ଵରରୁ ୨୨, ନୟାଗଡରୁ ୧୪, ଗଞ୍ଜାମରୁ ୧୩, ଝାରସୁଗୁଡାରୁ ୧୩, କନ୍ଧମାଳରୁ ୧୧, ନବରଙ୍ଗପୁରରୁ ୧୧, ସୋନପୁରରୁ ୧୧, କୋରାପୁଟରୁ ୧୦, ବୌଦ୍ଧରୁ ୭, ଗଜପତିରୁ ୬, ମାଲକାନଗିରିୁ ୬, ଦେବଗଡରୁ ୪ ଓ ରାୟଗଡାରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୫୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୦୨୫୪୫କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୬୦୮ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.