୧୧ ଶହ ଲିଟର ଦେଶୀ ମଦ ଜବତ, ୮ ଗିରଫ

Published By : Prameya-News7 Bureau | October 30, 2020 IST

ଭଦ୍ରକ, ୩୦୧୦ବାହାର ଜିଲ୍ଲାରୁ ଭଦ୍ରକକୁ ଆସୁଛି ଦେଶୀ ରନ୍ଧା ମଦ । ବିଭିନ୍ନ ଉପାୟରେ ଏହି ମଦ ଚାଲାଣ କରାଯାଉଛି । ସୂଚନା ପାଇ ଶୁକ୍ରବାର  ଅବକାରୀ ବିଭାଗର ଚଢ଼ାଉରେ ୧୧ ଶହ ଲିଟର ଦେଶୀ ରନ୍ଧା ମଦ ସହ ୨୮ ଲିଟରରୁ ଅଧିକ ବିଦେଶୀ ମଦ ଜବତ ହୋଇଛି । ଏହାବ୍ୟତୀତ ମେଡିକାଲ ଗୁଡିକରେ ଔଷଧ ଭାବେ ବ୍ୟବହାର କରାଯାଉଥିବା ଜିଞ୍ଜର ମଧ୍ୟ ଜବତ ହୋଇଛି । ଚୋରା ଚାଲାଣରେ ବ୍ୟବହୃତ ଏକ ବାଇକ ଓ ପିକଅପ୍ ଗାଡି ସହ ୮ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଜବତ ମଦ ଓ ଜିଞ୍ଜରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିଲା । ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଇନ୍ସପେକ୍ଟର ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଅବକାରୀ ଟିମ ଭଦ୍ରକ ଜିଲ୍ଲାର ଅଢୁଆଁ, ଚୁଡାମଣି, ଅର୍ଣ୍ଣପାଳ ଆଦି ଅଞ୍ଚଳରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବାଲେଶ୍ୱର ଅଞ୍ଚଳରୁ ଚୋରା ଦେଶୀ ରନ୍ଧା ମଦ ନେଇ ଆସୁଥିବା ପିକଅପକୁ ଜବତ କରିଥିଲା ଅବକାରୀ ବିଭାଗ । 

ଏହା ବ୍ୟତୀତ, ୨୮ ଲିଟରରୁ ଅଧିକ ବିଦେଶୀ ମଦ, ୧୧ ଶହ ଲିଟର ଦେଶୀ ରନ୍ଧା ମଦ ଓ ୩୨ ଲିଟରରୁ ଅଧିକ ଜିଞ୍ଜର ଜବତ ହୋଇଛି । ମଦ ଚାଲାଣରେ ବ୍ୟବହୃତ ବାଇକ ସହ ପିକଅପ ଜବତ ହୋଇଛି । ଜବତ ମଦର  ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.