ନୋଟ୍ ଛାପିବା ବେଳେ ଏକ ଛୋଟ ଭୁଲ ଯୋଗୁଁ କ୍ଷତି ହେଲା ୧୧ ହଜାର କୋଟି ଟଙ୍କା

Published By : Prameya-News7 Bureau | May 18, 2019 IST

ନୋଟ୍ ଛାପିବା କାମ ଦୁନିଆର ସବୁଠାରୁ କଠିନ କାମ । ନୋଟ୍ ଛାପିବା ବେଳେ ଏକ ଛୋଟ ଭୁଲ ହେଲେ ମଧ୍ୟ ବହୁତ ବଡ କ୍ଷତି ହୋଇଥାଏ । ଦୁନିଆର ସବୁଠାରୁ ଆଡଭାନ୍ସ ନୋଟ୍ ଛାପିବା ଦେଶ ଅଷ୍ଟ୍ରେଲିଆରେ ନୋଟ୍ ଛାପିବା ବେଳେ ଏକ ଛୋଟ ଭୁଲ ହୋଇଥିଲା । ଯାହାଫଳରେ ପାଖାପାଖି ୧୧ ହଜାର କୋଟି ଟଙ୍କା କ୍ଷତି ହୋଇଥିଲା ।

{"id":113320}

ଅଷ୍ଟ୍ରେଲିଆର ୫୦ ଡଲାର ବାଲା ନୋଟରେ ସ୍ପେଲିଙ୍ଗ ଭୁଲ ଥିଲା । ଅଷ୍ଟ୍ରେଲିଆର ସେଣ୍ଟ୍ରାଲ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଧିକାରୀ ସ୍ୱୀକାର କରିଥିଲେ ଯେ, ସୁରକ୍ଷା ଫିଚର ଠାରୁ କମ୍ ୫୦ ଅଷ୍ଟ୍ରେଲିଆନ ଡଲାର ନୋଟରେ ଟାଇପ ଏରର ରହିଯାଇଥିଲା । ୭ ମାସ ପରେ ବ୍ୟାଙ୍କ ନିଜ ଭୁଲ ଜାଣିପାରିଥିଲା । ଅଷ୍ଟ୍ରେଲିଆନ ଡଲାର ହଳଦିଆ ଓ ସବୁଜ ରଙ୍ଗର । ଏହି ନୋଟ୍ ଗତ ଅକ୍ଟୋବର ମାସରେ ବଜାରକୁ ଆସିଥିଲା ।

{"id":113321}

ଏହି ନୋଟର ବିଶେଷତ୍ୱ ହେଲା ନୋଟେର ଅଷ୍ଟ୍ରେଲିଆର ପ୍ରଥମ ମହିଳା ସାଂସଦ ଏଡିଥ୍ କୋବାନଙ୍କ ଏକ ଭାଷଣର ଅଂଶ ସୁକ୍ଷ୍ମ ଅକ୍ଷରରେ ମୁଦ୍ରିତ ହୋଇଛି । ଭାଷଣର ବର୍ତନିକୁ ସେତେବେଳେ ଯାଞ୍ଚ କରାଯାଇନଥିଲା । ୭ ମାସ ପରେ ଏହି ଭୁଲ ସାମ୍ନାକୁ ଆସିଥିଲା । ୧୯୨୧ ମସିହାରେ କୋବାନଙ୍କ ଭାଷଣର ଅଂଶରେ ଲେଖାଯାଇଥିବା ରେସ୍ପନ୍ସିବିଲିଟି ଶବ୍ଦର ଗୋଟିଏ ଆଇ ଛାଡି ହୋଇଯାଇଥିଲା । ଭାଷଣର ମୁଦ୍ରଣ ଏତେ ଛୋଟ ଛୋଟ ଅକ୍ଷରରେ ଲେଖାଯାଇଥିଲା ଯେ ତାକୁ ସାଧାରଣ ଭାବେ ପଢି ହେଉନଥିଲା ।

{"id":113322,"width":579,"height":249}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.