Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ରାଜଧାନୀରେ କମୁଛି ସଂକ୍ରମଣ: ଚିହ୍ନଟ ହେଲେ ୧୧୦ ସଂକ୍ରମିତ, ସୁସ୍ଥ ହୋଇ ଘରକୁ ଫେରିଲେ ୨୧୯

28/10/2020 at 6:11 PM

ଭୁବନେଶ୍ଵର ୨୮।୧୦: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ସେହି ପରି ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ସଂକ୍ରମଣର ପ୍ରକୋପ କମିବାରେ ଲାଗିଛି। ଗତ ପ୍ରାୟ ତିନି ସପ୍ତାହରୁ ଅଧିକ ଦିନ ହେବ ଦୈନିକ ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟିଥିବା ବେଳେ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଏହିକ୍ରମରେ ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ୧୧୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୯ କୋଭିଡ୍-୧୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ବୁଧବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି।

ବିଏମସି ଅନୁଯାୟୀ ୧୧୦ ନୂତନ ସଂକ୍ରମିତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୩୩ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୭୭ ରହିଛି। ଏହି ସଂକ୍ରମଣକୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୮୯୨କୁ ବୃଦ୍ଧି ଘଟିଛି। ଏହି ସମୟରେ ୨୧୯ ଜଣ ଆରୋଗ୍ୟ ହୋଇଛନ୍ତି। ରାଜଧାନୀରେ ଅଦ୍ୟାବଧି ଆରୋଗ୍ୟଙ୍କ ସଂଖ୍ୟା ୨୬,୮୨୬କୁ ବୃଦ୍ଧି ଘଟିଛି। କରୋନାରେ ୧୬୦ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜଧାନୀ ଭୁବନେଶ୍ଵରରେ ସକ୍ରିୟ କେସ୍ ସଂଖ୍ୟା ୧୮୮୫ ରହିଛି।

   Related Posts