Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଏମସ୍‌ ହସ୍ବିଟାଲର ୧୧୦ ଡାକ୍ତର ଏବଂ ନର୍ସ କରୋନା ସଂକ୍ରମିତ, ସଙ୍କଟରେ ରୋଗୀ ସେବା

8/05/2021 at 9:08 PM

ନୂଆଦିଲ୍ଲୀ ୦୮/୦୫ : ସାରା ଦେଶରେ କରୋନା ସଂକ୍ରମଣ ନିଦ ହଜାଇ ସାରିଲାଣି । ଉତ୍ତରାଖଣ୍ଡରେଳ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । କରୋନା ରୋଗୀଙ୍କ ସେବା କରୁ କରୁ ନିଜେ ଡାକ୍ତର ଏବଂ ନର୍ସ ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । ଉତ୍ତରାଖଣ୍ଡ ଋଷିକେଶ​‌ରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମସ୍‌)ର ୧୦୦ରୁ ଉର୍ଦ୍ଧ୍ବ ଡାକ୍ତର ଏବଂ ନର୍ସ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ଏମସ୍‌ର ଜନସମ୍ପର୍କ ଅଧିକାରୀ ହରିଶ୍‌ ଥପଲିୟାଲ କହିଛନ୍ତି ଯେ, ମୋଟ ୧୧୦ ଜଣ ଚିକିତ୍ସକ ଏବଂ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି । ‌ତେବେ ବଡକଥା ହେଉଛି ସଂକ୍ରମିତ ହୋଇଥିବା ସମସ୍ତେ ପୂର୍ବରୁ ଟିକା ନେଇସାରିଛନ୍ତି । ଏମସ୍‌ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକ୍ଷକ ବିଜୟେସ୍‌ ଭରଦ୍ବାଜ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ ପ୍ରତିଦିନ ସଂକ୍ରମଣ ଗ୍ରାଫ୍‌ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୦ ନୂଆ ମାମଲା ସାମ୍ନାକୁ ଆସିଛି । ସେହିଭଳି ୧୧୮ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୭୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍‌ ରହିଛି ୭୧ ହଜାର ୧୭୪ ।

   Related Posts