Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଆଋଷି ହତ୍ୟା ଘଟଣାକୁ ପୁରିଲା ୧୧ ବର୍ଷ : ଆଜି ପର୍ଯ୍ୟନ୍ତ ଧରା ପଡିଲାନି ହତ୍ୟାକାରୀ, ପୋଲିସର ୫ଟି ଭୁଲର ଫାଇଦା ଉଠାଇଥିଲା ହତ୍ୟାକାରୀ

17/05/2019 at 4:43 PM

ନୋଏଡା ୧୭\୫ : ନୋଏଡାରେ ହୋଇଥିବା ଦେଶର ବଡ ହତ୍ୟା ଘଟଣାକୁ ୧୧ ବର୍ଷ ପୁରିଛି । ପୋଲିସ ଠାରୁ ଆରମ୍ଭ କରି ସିବିଆଇ ଯାଏଁ ଏହି ହତ୍ୟା ଘଟଣାର ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ।  ହତ୍ୟା ଘଟଣାରେ ଆଋଷିଙ୍କ ବାପା ମା ଜେଲରେ ସଜା କାଟି ଆସିଛନ୍ତି । କିନ୍ତୁ ହତ୍ୟା ଘଟଣାର ପ୍ରକୃତ ଅଭିଯୁକ୍ତକୁ ଏବେ ପର୍ଯ୍ୟନ୍ତ ପୋଲିସ କିମ୍ବା ସିବିଆଇ ଗିରଫ କରିପାରିନାହିଁ । ଆଋଷି ହତ୍ୟା ଘଟଣାରେ ପ୍ରଥମ ଦିନରୁ ହିଁ ପୋଲିସ ଆଋଷିଙ୍କ ଘର ଚାକର ହେମରାଜକୁ ସନ୍ଦେହ କରି ଯାଞ୍ଚ ଆରମ୍ଭ କରିଥିଲା । କିନ୍ତୁ ହେମରାଜଙ୍କ ମଧ୍ୟ ହତ୍ୟା କରାଯାଇଥିଲା । ଘର ଛାତ ଉପରୁ ହେମରାଜର ମୃତଦେହ ମିଳିଥିଲା । ହତ୍ୟା ଘଟଣାର ତଦନ୍ତରେ ପୋଲିସ ପ୍ରଥମରୁ ଭୁଲ କରିଥିଲା । ପୋଲିସ ଆଉ ୫ଟି ଭୁଲ କରିଥିଲା । ଏହି ୫ଟି ଭୁଲ କରିନଥିଲେ ହୁଏତ ହତ୍ୟାକାରୀ ଆଜି ଜେଲରେ ଥାଆନ୍ତା ।

ଆସନ୍ତୁ ଜାଣିବା ସେହି ୫ଟି ଭୁଲ କଣ ଥିଲା :

୧. ହତ୍ୟାକାଣ୍ଡ ଘଟିଥିବା କୋଠରୀକୁ ପୋଲିସ ବନ୍ଦ କରିନଥିଲା । ସେହି କୋଠରୀକୁ ସମସ୍ତେ ଯିବା ଆସିବା କରୁଥିଲେ । ଯାହାଫଳରେ କିଛି ମହତ୍ୱପୁର୍ଣ ସାକ୍ଷ୍ୟ ଗାୟବ ହୋଇଯାଇଥିଲା ।

୨. ରକ୍ତ, ବେଡସିଟ ଓ ଗଦିର ନମୁନା ନେବାରେ ପୋଲିସ ଅବହେଳା କରିଥିଲା । ଯାହାଫଳରେ ପ୍ରମାଣ ନଷ୍ଟ କରାଯାଇଥିଲା ।

୩. ହତ୍ୟା ପରେ ପ୍ରଥମ ଦିନ ତଦନ୍ତ ବେଳେ ଘର ଛାତ ଉପରକୁ ଯିବା ଜରୁରୀ ଭାବିନଥିଲା ପୋଲିସ । ଘରେ କାମ କରୁଥିବା ଚାକର ହେମରାଜଙ୍କ ଶବ ଛାତ ଉପରେ ପଡି ରହିଥିଲା ।

୪. ଫିଙ୍ଗରପ୍ରିଣ୍ଟ ଏକ୍ସପର୍ଟଙ୍କୁ ୨ ଘଣ୍ଟା ପରେ ଡକା ଯାଇଥିଲା । ୨ ଘଣ୍ଟା ମଧ୍ୟରେ ଅନେକ ପ୍ରମାଣ ନଷ୍ଟ ହୋଇସାରିଥିଲା ।

୫. ହତ୍ୟା ପୋଲିସ ଲାପଟପ୍ ଓ କମ୍ପ୍ୟଟର ଜବତ କରିନଥିଲା । ଯେତେବେଳେ ଜବତ କରିଥିଲା ସେତେବେଳେ ଡାଟା ଡିଲିଟ କରିଦିଆଯାଇଥିଲା ।

ଏହି ଛୋଟ ଛୋଟ ଭୁଲ ପାଇଁ ହତ୍ୟା ଘଟଣାକୁ ୧୧ ବର୍ଷ ପୁରି ଯାଇଥିଲେ ମଧ୍ୟ ପୋଲିସ ଏବଂ ସିବିଆଇ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି । ସନ୍ଦେହରେ ଆଋଷିଙ୍କ ବାପା ମାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ କୌଣସି ପ୍ରମାଣ ନପାଇ ଅଦାଲତ ତାଙ୍କୁ ଛାଡି ଦେଇଛନ୍ତି ।

   Related Posts