ଘରୁ ବାହାରକୁ ବାହାରୁ ବାହାରୁ ହେଲା ବଜ୍ରପାତ, ଚାଲିଗଲା ୧୧ ବର୍ଷୀୟ ବାଳକର ଜୀବନ

Published By : Prameya-News7 Bureau | May 31, 2021 IST

ଗୋଲାମୁଣ୍ଡା, ୩୧।୦୫: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫୁଇରିପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଜ୍ରାଘାତରେ ଜଣେ ୧୧ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ମୁତାବକ, ଆଜି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଗ୍ରାମପଞ୍ଚାୟତ ଫୁଇରିପାଣି ଗ୍ରାମର ପଙ୍କଜ ନାଗଙ୍କ ୧୧ ବର୍ଷର ପୁଅ ନରେନ୍ଦ୍ର ନାଗ ନିଜ ଘରୁ ବହାରକୁ ବାହାରୁଥିବା ସମୟରେ ଦୁଆର ସମ୍ନାରେ ବଜ୍ରାଘାତରେ ହେବାରୁ ତଳେ ଟଳି ପଡ଼ିଥିଲେ । ଘରଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆସନ୍ତାକାଲି ଡାକ୍ତରଖାନାରେ ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତରେ କରାଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.