ସପ୍ତମ ଶ୍ରେଣୀର ଛାତ୍ର ପଢାଉଛନ୍ତି ଏମଟେକ ପିଲାଙ୍କୁ : ଦେଖନ୍ତୁ କିଏ ଏଇ ମେଧାବୀ ବାଳକ

Published By : Prameya-News7 Bureau | November 01, 2018 IST

ହାଇଦ୍ରାବାଦ ୧/୧୧ : ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥା ଟା ସତ | ୧୧ ବର୍ଷ ବୟସର ଏହି ବାଳକ, ସପ୍ତମ ଶ୍ରେଣୀରେ ପଢନ୍ତି | ତେବେ ପ୍ରଚଣ୍ଡତ ଜ୍ଞାନୀ ଓ ଧୀଶକ୍ତି ସମ୍ପନ୍ନ | ବି.ଟେକ, ଏମ.ଟେକ ପିଲାଙ୍କୁ ଏହି ବାଳକ ଏବେ କୋଚିଂ ଦେଉଛନ୍ତି | ଇଂଜିନିୟରିଂରେ ସ୍ନାତ୍ତକ ଏବଂ ସ୍ନାତକୋତ୍ତର କରୁଥିବା ପିଲାଙ୍କୁ ଏହି ୧୧ ବର୍ଷ ବୟସର ଏହି ବାଳକ ପାଠ ପଢାଉଛନ୍ତି | ଆସନ୍ତୁ ଜାଣିବା ପିଲାଟି କିଏ : ପିଲାଟିର ନାଁ ହେଲା ମହମ୍ମଦ ହାସନ ଅଲି | ସେ ରୁହନ୍ତି ହାଇଦ୍ରାବାଦରେ | ତାଙ୍କ ଲକ୍ଷ୍ୟ ହେଲା  ୨୦୨୦ ସୁଦ୍ଧା ୧୦୦୦ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା | ବର୍ତ୍ତମାନ ସେ ୩୦ ଜଣ ସିଭିଲ, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ଇଂଜିନିୟରିଂ କରୁଥିବା ଛାତ୍ରଛାତ୍ରୀଙ୍କୁ ଡିଜାଇନ ଏବଂ ଡ୍ରାଫଟିଙ୍ଗ କୋଚିଂ ଦେଉଛନ୍ତି | ତାଙ୍କ କହିବା ଅନୁଯାୟୀ ସେ, ବର୍ଷେ ହେଲା ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି ।  ପାଠ ପଢାଇବା ଯୋଗୁଁ ନିଜ ପଢାରେ କୌଣସି ଅସୁବିଧା ହେଉନାହିଁ ବୋଲି ମଧ୍ୟ ସେ କହନ୍ତି | ସେ ସକାଳ ୬ଟାରେ ସ୍କୁଲ ଯାଆନ୍ତି ଏବଂ ଦିନ ୩ଟାରେ ସ୍କୁଲରୁ ଫେରନ୍ତି | ସ୍କୁଲରୁ ଫେରି ସେ ନିଜର ହୋମୱାର୍କ କରିସାରି କିଛି ସମୟ ଖେଳିବାକୁ ଯାଆନ୍ତି ଏବଂ ସନ୍ଧ୍ୟା ୬ଟାରେ କୋଚିଂ ସେଣ୍ଟର ଯାଆନ୍ତି | ସୂଚନାଯୋଗ୍ୟ ଯେ, କୋଚିଂ ପାଇଁ ଅଲି ଛାତ୍ରଛାତ୍ରୀଙ୍କ ଠାରୁ କୌଣସି ଫିସ ନିଅନ୍ତି ନାହିଁ | ସେ କହିଛନ୍ତି, ଦେଶ ପାଇଁ ସେ କିଛି ଭଲ କାମ କରିବା ପାଇଁ ଚାହୁଁଛନ୍ତି | କିଭଳି ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ପଢ଼େଇବେ ସେ କୌଶଳ ସେ ଇଣ୍ଟରନେଟରୁ ଶିଖିଥିବା କହିଛନ୍ତି | ତାଙ୍କର ଏହି ଯାତ୍ରା କେଉଁଠୁ ଏବଂ କିଭଳି ଆରମ୍ଭ ହେଲା ଆସନ୍ତୁ ଜାଣିବା : ଇଣ୍ଟରନେଟରେ ଗୋଟିଏ ଭିଡିଓ ଦେଖି ସେ ବହୁତ ପ୍ରଭାବିତ ହୋଇଥିବା ଦର୍ଶାଇଛନ୍ତି | ଭିଡିଓରେ ସେ ଦେଖିଥିଲେ ଯେ ଭାରତୀୟ ଛାତ୍ରଛାତ୍ରୀ କିଭଳି ପାଠପଢା ସାରି ଚାକିରୀ ପାଇଁ ବିଦେଶ ଯାଇ ସେଠାରେ ସଂଘର୍ଷ କରୁଛନ୍ତି | ସେଇଠୁ ସେ ଭାବିଲେ ଯେ, ଭାରତୀୟ ଇଂଜିନିୟର୍ସ ଟେକ୍ନିକାଲ ଏବଂ କମ୍ୟୁନିକେସନ ସ୍କିଲରେ ଠିକଭାବେ ଅବଗତ ନୁହନ୍ତି | ଯେଉଁଥିପାଇଁ ସେ ନିଜେ ଡ଼ିଜାଇନିଂ ଶିଖିଲେ ଏବଂ ପଢେଇବା ଆରମ୍ଭ କରିଥିଲେ | ଡ଼ିଜାଇନିଂ ପ୍ରତି ତାଙ୍କର ଅଧିକ ରୁଚି ଥିବା ସେ କହିଛନ୍ତି | ସେଥିପାଇଁ ସେ ଡ଼ିଜାଇନିଂକୁ ଅଧିକ ଗୁରୁତ୍ୱ ଦେଇଥିଲେ | ୧୧ ବର୍ଷର ଅଲ୍ଲୀଙ୍କ ଜଣେ ଛାତ୍ର କହିଛନ୍ତି ଯେ, ଗତ ଦେଢ଼ ମାସ ହେବ ସେ ଅଲ୍ଲୀଙ୍କ ପାଖରେ ସିଭିଲ ସଫ୍ଟଓୟାର ଶିଖୁଛନ୍ତି | ସେ କହିଛନ୍ତି ଅଲ୍ଲୀଙ୍କ ବୟସ ଆମମାନଙ୍କ ଠାରୁ କାମ ହେଇଥିଲେ ମଧ୍ୟ ତାଙ୍କ ପଢେଇବା ଶୈଳୀ ଭିନ୍ନ, ଯେଉଁଥିପାଇଁ ସେମାନେ ବହୁତ ସହଜରେ ସବୁ ଶିଖିପାରିଥାନ୍ତି | ଆଉ ଜଣେ ଏମ.ଟେକ ଛାତ୍ର ମଧ୍ୟ ଅଲ୍ଲୀଙ୍କୁ ପ୍ରଶଂସା କରି କହିଛନ୍ତି, ଏତେ କମ ବୟସରେ ଏତେ ବଡ ଗୋଟେ ପଦକ୍ଷେପ ନେଇ ଇଂଜିନିୟରିଂ ପିଲାଙ୍କୁ ପଢେଇବା କିଛି ଛୋଟ କଥା ନୁହେଁ | ତାଙ୍କର ଏହି ପ୍ରୟାସ ଲୋକଙ୍କ ପାଇଁ ଏକ ଦୃଷ୍ଟାନ୍ତ ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.