କୁନି ଝିଅର ବିରଳ ପ୍ରତିଭା, ବିନା କାଗଜ-କଲମ କି କ୍ୟାଲକୁଲେଟରେ ମୁହେଁ ମୁହେଁ ସମାଧାନ କରୁଛନ୍ତି ଗୁଣନ, କଲେ ବିଶ୍ଵ ରେକର୍ଡ

Published By : Prameya-News7 Bureau | May 22, 2021 IST

ଫ୍ଲୋରିଡା ୨୨।୦୫: ଫ୍ଲୋରିଡାର ଜଣେ ୧୧ ବର୍ଷୀୟ ନାବାଳିକା ବିନା କ୍ୟାଲକୁଲେଟର, କଲମ କିମ୍ବା କାଗଜରେ ୧୨ ଅଙ୍କର ଗୁଣନକୁ ଅନାୟାସରେ ସମାଧାନ କରି ଗିନିଜ୍ ବୁକ୍ ଅଫ ଓ୍ଵାର୍ଲ୍ଡ ରେକର୍ଡ କରିଛନ୍ତି। ତାଙ୍କର ଅଜବ ପ୍ରତିଭା ଦେଖି ସଭିଏ ତାଜୁବ। ଅତି କଷ୍ଟକର ଗୁଣନକୁ ସେ ମୁହେଁ ମୁହେଁ କହି ଦେଉଛନ୍ତି।

ଆମେରିକାର ଫ୍ଲୋରିଡା ନିବାସୀ ସନା  ହିରେମଥ ଦୁଇ ବର୍ଷ ବୟସରେ ଅଟିଜିମ ରୋଗରେ ଆକ୍ରାନ୍ତ  ହୋଇଥିଲେ। ଏହା ପରେ ଝିଅର ପଢାପାଇଁ ଟ୍ୟୁସନର ବ୍ୟବସ୍ଥା କରାଯାଇଥିଲା। ତେବେ ଛୋଟ ବେଳୁ ଗଣିତରେ ସନାଠାରେ ଅସ୍ଵାଭାବିକ ପ୍ରତିଭା ଦେଖିବାକୁ ମିଳିଥିଲା। ସନାଙ୍କ ମା ପ୍ରିୟା ହିରେମଥ କହିଛନ୍ତି, ଦିନେ ମୁଁ ଦ୍ଵିତୀୟ ଶ୍ରେଣୀର ହୋମ ଓ୍ଵାର୍କ କରୁଥିଲି। ସେହି ସମୟରେ ସେ ଝିଅର ଗୁଣନକୁ ନେଇ ଥିବା ଅଜବ ପ୍ରତିଭା ବିଷୟରେ ଜାଣିବାକୁ ପାଇଥିଲେ। ତାଙ୍କ ଝିଅ ବଡ ବଡ ଗୁଣନକୁ ବିନା କାଗଜ କଲମରେ ଅନାୟାସରେ ତୁରନ୍ତ ପାଟିରେ କହି ଦେଉଥିଲା।

ତାଙ୍କ ପିତା ଉଦୟ କହିଛନ୍ତି, ତାଙ୍କ ଝିଅ କେବଳ ଜଣେ ମାନବ କ୍ୟାଲକୁଲେଟର ନୁହେଁ, ବାସ୍ତବରେ ସେ ଜଟିଳ ସମସ୍ୟାକୁ ସମାଧାନ କରି ପାରିବ। କିନ୍ତୁ ଅଟିଜିନ  ରୋଗ କାରଣରୁ ସନା ଦ୍ଵିତୀୟ ଶ୍ରେଣୀ ଗଣିତରେ ଫେଲ୍ ହୋଇଥିଲେ। ତାଙ୍କ ଝିଅ କଲମରେ ଠିକ୍‌ରେ ଲେଖି ପାରେ ନାହିଁ।  

ଏହା ସ୍ପଷ୍ଟ ଯେ, ସନା ନିଜ ସମକକ୍ଷ ପିଲାଙ୍କଠୁ ଭିନ୍ନ ଥିଲା। ଗଣିତରେ ଅଜବ ପ୍ରତିଭା ଥିଲେ ମଧ୍ୟ ଅଙ୍କର ସମାଧାନର କୌଶଳ ଅସ୍ପଷ୍ଟ ଥିଲା। ସନାଙ୍କ ଶିଶୁ ରୋଗ ବିଶେଷଜ୍ଞ ମଧ୍ୟ ଝିଅର ଅଜବ ପ୍ରତିଭାରେ ପ୍ରଭାବିତ ଥିଲେ। ସେ ଝିଅର ପିତା-ମାତାଙ୍କୁ କହିଥିଲେ ଯେ, ସନା ବହୁତ ରେକର୍ଡ କରିପାରେ।

ସନା ୧୦ ମିନିଟ୍‌ରୁ କମ ସମୟରେ ୧୨ ଅଙ୍କର ଗୁଣନକୁ ଅନାୟାସରେ ପାଟିରେ କହି ଦେଉଥିଲା। ଏହା ଦେଖି ସ୍କୁଲ ତାକୁ ଶିକ୍ଷକ ମଧ୍ୟ ବିଶ୍ଵାସ କରି ପାରୁନଥିଲେ। ସ୍କୁଲ ଶିକ୍ଷକ ଯେତେବେଳେ କାଗଜ କଲମରେ ଏହାର ଗୁଣନ କଲେ ସେହି ସମୟରେ ସନାକୁ ଶ୍ରେଣୀ ଗୃହରେ ରଖାଯାଇନଥିଲା। ବାହାରେ ତାର ଆଖି ଉପରେ କଳା ପଟି ବନ୍ଧା ଯାଇଥିଲା।  ସନାର ଭବିଷ୍ୟତ ଏବଂ ଉନ୍ନତି ପାଇଁ ପିତା-ମାତା ସ୍ଵତନ୍ତ୍ର ଯୋଜନା କରିବାକୁ ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.