Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପୂରଣ ହେଲା ଶେଷ ଇଚ୍ଛା, ଟ୍ୟୁମରରେ ପୀଡିତ ଫ୍ଲୋରା ବନିଲେ ଦିନକର ଜିଲ୍ଲାପାଳ

19/09/2021 at 1:10 PM

ଅହମ୍ମଦାବାଦ ୧୯/୦୯: ଗୁଜୁରାଟର ଅହମ୍ମଦାବାଦରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଝିଅର ଇଚ୍ଛା ପୂରଣ ହୋଇଛି । ଜଣେ ୧୧ ବର୍ଷର ଝିଅ ଦିନକ ପାଇଁ ବନିଛି ଜିଲ୍ଲାପାଳ । ଶନିବାର ଦିନ ଫ୍ଲୋରା ଆପୋରଭା ଆସୋଡିଆ ନାମକ ଏହି ଝିଅଟି ଜିଲ୍ଲାପାଳଙ୍କ ଅଫିସରେ ତାଙ୍କ ଚେୟାରରେ ବସିଥିଲା । ଗୋଟିଏ ଦିନ କଲେକ୍ଟର ଚେୟାରରେ ବସିଥିବା ଫ୍ଲୋରା ଆପୋର୍ଭା ଆସୋଡିଆ ମସ୍ତିଷ୍କ ଟ୍ୟୁମରରେ ପୀଡିତ ।

ଅହମ୍ମଦାବାଦ ନିବାସୀ ଫ୍ଲୋରା ଗୋଟିଏ ଦିନ ପାଇଁ କଲେକ୍ଟର ହେବାକୁ ଚାହୁଁଥିଲେ । ତାଙ୍କର ଇଚ୍ଛା ୧୮ ସେପ୍ଟେମ୍ବରରେ ପୂରଣ ହୋଇଥିଲା । ସୂଚନାନୁସାରେ, ଅହମ୍ମଦାବାଦ ନିବାସୀ ଫ୍ଲୋରା ଆପୋରଭା ଆସୋଡିଆ ସପ୍ତମ ଶ୍ରେଣୀର ଛାତ୍ର । ଫ୍ଲୋରା କୁହନ୍ତି ଯେ ମୁଁ ବଡ ହେଲେ ମୁଁ କଲେକ୍ଟର ହେବାକୁ ଇଚ୍ଛା ଥିଲା । ତେବେ ମୋର ସ୍ୱପ୍ନ ଭାଙ୍ଗିଯାଇଥିଲା ।

କାରଣ ବ୍ରେନ୍ ଟ୍ୟୁମରରେ ପୀଡିତ ଥିଲି । ଏହାସହ ଗତ କିଛି ମାସ ହେବ ଅସୁସ୍ଥ ହୋଇଯାଇଥିଲି । ଏବେ ମୋର ଚିକିତ୍ସା ଚାଲିଛି । ଫ୍ଲୋରା କହିଥିଲେ ଯେ ଯେବେ ମୋ ସ୍ୱାସ୍ଥ୍ୟ ଖରାପ ହେଲା ମୋ ମନକୁ ଆସିଲା ଯେ ମୁଁ କଲେକ୍ଟର ହୋଇପାରିବି କି ? ତେବେ ମୋର ସ୍ୱପ୍ନକୁ ସାକାର କରିବା ପାଇଁ ମୋ ପରିବାର ଆଗେଇ ଆସିଥିଲେ । ଏଥିପାଇଁ ମୋ ବାପା ଗୋଟିେ ସଂଗଠନ ସହ ଯୋଗାଯୋଗ କରିଥିଲେ ।

ସଂଗଠନର ପ୍ରୟାସରେ ଏହି ବିଷୟ କଲେକ୍ଟରଙ୍କ ସହ କଥା ହୋଇଥିଲା । ଜିଲ୍ଲାପାଳ ମଧ୍ୟ ଏକାଥାରେ ରାଜି ହୋଇଥିଲେ । ଫ୍ଲୋରା କହିଛନ୍ତି ଯେ କଲେକ୍ଟର ଏହି ଦିଗରେ ଶୀଘ୍ର ନିଷ୍ପତ୍ତି ନେଇଥିଲେ । ଆସି ମୋ ଘରକୁ ଭେଟିଥିଲେ । ସେ କହିଛନ୍ତି ମୁଁ ବହୁତ ଖୁସି ଯେ ଆଜି ମୋର ଇଚ୍ଛା ସମସ୍ତଙ୍କ ସହଯୋଗରେ ପୂରଣ ହୋଇଛି । ମସ୍ତିଷ୍କ ଟ୍ୟୁମରରେ ପୀଡିତ ଫ୍ଲୋରା ଆପୋର୍ଭା ଆସୋଡିଆ ଆହୁରି କହିଛନ୍ତି ଯେ ମୁଁ ଭାବୁଛି ମୁଁ ନିଶ୍ଚିତ ଏହି ରୋଗ ସହ ଲଢିବି ।

   Related Posts