Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପରିବାରର ସମସ୍ତେ କରୋନା ପଜିଟିଭ୍, ଘରେ ଏକା ରହିଯାଇଛି ୧୧ ବର୍ଷୀୟ ଶିଶୁ

13/05/2020 at 12:02 PM

ଫରିଦାବାଦ ୧୩/୦୫ : ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଦେଶର ଅଧିକାଂଶ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ସତ ଚେଷ୍ଟା ସତ୍ୱେ କରୋନାକୁ ବ୍ରେକ ଲାଗୁନି | ହରିୟାଣାରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି | ମଙ୍ଗଳବାର ଦିନ ଫରିଦାବାଦରେ ୧୬ ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା | ଜିଲ୍ଲାର ଗୋଟିଏ ଅଞ୍ଚଳରେ ପୁରା ପରିବାର କରୋନାରେ ସଂକ୍ରମିତ ହୋଇଛି | ଘରେ ଏକା ରହିଯାଇଛି ୧୧ ବର୍ଷର ଶିଶୁ | କରୋନା ଯୋଗୁଁ ତାଙ୍କ ଘରକୁ ସମ୍ପର୍କୀୟ ମଧ୍ୟ ଆସିବାକୁ ରାଜି ନୁହନ୍ତି | ପାଖ ପଡୋଶୀ ମଧ୍ୟ ଘରକୁ ଯାଉନାହାନ୍ତି | ତେବେ ପଡୋଶୀ ଘର ଭିତରକୁ ନ ଗଲେ ମଧ୍ୟ ଘର ବାହାରୁ ଶିଶୁଟିକୁ ସାହାଯ୍ୟ କରୁଛନ୍ତି | ସେ ଘର ବାହାରୁ ଶିଶୁକୁ ଖାଇବା ଦେଉଛନ୍ତି | ଭିଡିଓ କଲ କରି ଶିଶୁର ଭଲମନ୍ଦ ପଚାରି ବୁଝୁଛନ୍ତି | ଶିଶୁଟିକୁ ଯେମିତି କିଛି ଅସୁବିଧା ନହୁଏ ସେଥିପାଇଁ ପଡୋଶୀ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି |

ରିପୋର୍ଟ ଅନୁଯାୟୀ, ଏହି ପରିବାରର ୭୬ ବର୍ଷ ବୟସ୍କ ମହିଳାଙ୍କର କରୋନାରେ ମୃତ୍ୟୁ ହୋଇଛି | ମହିଳାଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗ ଏହି ପରିବାରର ସମସ୍ତ ସଦସ୍ୟଙ୍କ କରୋନା ପରୀକ୍ଷା କରିଥିଲେ | ନମୁନା ପରୀକ୍ଷାରେ ପରିବାରର ସମସ୍ତଙ୍କର କରୋନା ପଜିଟିଭ ବାହାରିଥିଲା | ମହିଳାଙ୍କ ସ୍ୱାମୀ, ପୁଅ, ବୋହୁ ଓ ଝିଅ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ | ତେବେ ୧୧ ବର୍ଷୀୟ ନାତୁଣୀଙ୍କ ରିପୋର୍ଟ ନେଗେଟିଭ ଆସିଥିଲା | 

ପରିବାରର ସମସ୍ତ ୪ଜଣ ସଦସ୍ୟଙ୍କୁ ଆଇସୋଲେଟ କରାଯାଇଛି | ଘରେ ୧୧ ବର୍ଷୀୟ ଝିଅ ଏକା ରହିଯାଇଛି | କରୋନା ସଂକ୍ରମଣ ଭୟରେ କୌଣସି ସମ୍ପର୍କୀୟ ମଧ୍ୟ ଆସୁନାହାନ୍ତି | ଏଭଳି ପରିସ୍ଥିତିରେ ପଡୋଶୀମାନେ ସବୁ ପ୍ରକାର ସାହାଯ୍ୟ କରୁଛନ୍ତି | 

ଭିଡିଓ କଲ ଜରିଆରେ ପଡୋଶୀ ଶିଶୁ ସହ ସମ୍ପର୍କ କରୁଛନ୍ତି | ସେମାନେ ଶିଶୁକୁ ଖାଇବାକୁ ଦେଉଛନ୍ତି | ରାତି ପ୍ରାୟ ୨ଟା ୩ଟା ଯାଏଁ ଘର ବାହାରେ ପହରା ଦେଉଛନ୍ତି ଯେପରିକି ଶିଶୁକୁ ଭୟ ନ ଲାଗିବ | ନଗର ନିଗମର ବରିଷ୍ଠ ଡେପୁଟି ମେୟର ଦେବେନ୍ଦ୍ର ଚୌଧୁରୀ ମଧ୍ୟ ଶିଶୁକୁ ସାହାଯ୍ୟ କରୁଛନ୍ତି |

   Related Posts