ବିସ୍ମୟ ବାଇକ୍: ପେଟ୍ରୋଲରେ ନୁହଁ ପବନରେ ଚାଲୁଛି - ତିଆରି କରିଛନ୍ତି ଷଷ୍ଠ ଶ୍ରେଣୀର ଛାତ୍ର, ପ୍ରଦୂଷଣ ଓ ପେଟ୍ରୋଲର ଚିନ୍ତା ନାହିଁ

Published By : Prameya-News7 Bureau | December 05, 2019 IST

ଡ଼େରାଡ଼ୁନ୫/୧୨: ବୟସରେ ଛୋଟ ହେଲେ ବି ବିସ୍ମୟକର କାର୍ଯ୍ୟ କରିଛନ୍ତି ଜଣେ ଷଷ୍ଠଶ୍ରେଣୀର ଛାତ୍ର  । ପବନ ଚାଳିତ ବାଇକ ତିଆରି କରି ନିଜର  ଯୋଗ୍ୟତାକୁ ପ୍ରମାଣିତ କରିଛନ୍ତି ।  ଡିଜେଲ ଓ ପେଟ୍ରୋଲ ବଦଳରେ ପବନରେ ଏହି ବାଇକ ଚାଲୁଛି । ସବୁଠାରୁ  ଆଶ୍ଚର୍ଯ୍ୟର କଥା ଏହି ପବନ ଚାଳିତ ବାଇକରେ ଚକରେ ଭର୍ତ୍ତି କରାଯାଉଥିବା ପବନକୁ ଇନ୍ଧନ ଭଳି ବ୍ୟବହାର କରି ପାରିବେ।  ୧୧ ବର୍ଷର ଛାତ୍ର ସନ୍ତ ନିଜର ବୁଦ୍ଧି ଓ କୌଶଳ ବଳରେ ଏଭଳି ପବନ ଚାଳିତ ବାଇକ ତିଆରି କରିଛନ୍ତି।  

{"id":194231,"width":585,"height":639,"sizeSlug":"large"}

୧୧ ବର୍ଷର ଛାତ୍ରଙ୍କ କହିବା ଅନୁସାରେ ତାଙ୍କ ବାପା ଆଦେଶ’ଙ୍କ ପରାମର୍ଶରେ ସନ୍ତ୍ ପ୍ରଥମେ ଡିଜେଲ ଓ ପେଟ୍ରୋଲ ଚାଳିତ ବାଇକ ତିଆରି ଆରମ୍ଭ କରିଥିଲେ। ହେଲେ ତାଙ୍କ ବାପାଙ୍କ ପରାମର୍ଶ ଫେଲ ମାରିଥିଲା। ପୁଣି ସନ୍ତ୍ କିଛି ମାସ ପରେ ପବନ ଚାଳିତ ବାଇକ ତିଆରି ଆରମ୍ଭ କରିଥିଲେ।

{"id":194233,"sizeSlug":"large"}

ସନ୍ତ୍‌ଙ୍କ ବାପା ଆଦେଶଙ୍କ କହିବା ଅନୁସାରେ ତାଙ୍କ ପୁଅ ସନ୍ତ ସବୁବେଳେ ନୂଆ ନୂଆ ଜିନିଷ ତିଆରି କରିବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି।  ଏହି ବାଇକର ଇଞ୍ଜିନ ପ୍ରୋଟୋଟାଇପ ଭଳି। ଅଟୋ କମ୍ପାନୀ ସହ ମିଶି ସନ୍ତ୍ ଏଭଳି ବାଇକ୍‌ ତିଆରି କରିବାରେ ସଫଳ ହୋଇଛନ୍ତି। ଭବିଷ୍ୟତରେ ଏ ବିଷୟରେ ଅଧିକ ଗବେଷଣା କରାଯିବା ସହ ବହୁ ପରିମାଣରେ ଉତ୍ପାଦନ କଲେ କମ୍‌ ମୂଲ୍ୟରେ ପବନ ଚାଳିତ ବାଇକ୍‌ ନିର୍ମାଣ କରାଯିବ ବୋଲି ସନ୍ତ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.