Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ସେନାମୁଖ୍ୟାଳୟ ବି ନୁହେଁ ସୁରକ୍ଷିତ, ଇଷ୍ଟର୍ଣ୍ଣ କମାଣ୍ଡ ହେଡକ୍ୱାର୍ଟରରେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

20/06/2019 at 6:33 PM

କୋଲକାତା :  ସେନାର ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟାଳୟ ଫୋର୍ଟ ୱିଲିୟମରେ ଏକ ନାବାଳିକା ପ୍ରତି ଦୁଷ୍କର୍ମ ହୋଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ସାଗର ମଲ୍ଲିକ ନାମକ ଜନୈକ ଯୁବକଙ୍କୁ ଗିରଫ କରିବା ପରେ  କୋର୍ଟରେ ହାଜର କରିଥିବା ବେଳେ ତାକୁ ଜୁନ ୨୪ ତାରିଖ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ପଠାଯାଇଛି। ଘଟଣା ଏବେ କୋଲକାତାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୋଗ ଅନୁସାରେ ଗତ ଜୁନ ୧୬ ତାରିଖ ଦିନ ନାବାଳିକାଙ୍କୁ ସେନା ମୁଖ୍ୟାଳୟସ୍ଥିତ ତାଙ୍କ ପିତାଙ୍କ କ୍ୱାର୍ଟରରେ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ସ୍ଥଳସେନା ପୂର୍ବ କମାଣ୍ଡ କ୍ୟାମ୍ପସ ଭଳି ସୁରକ୍ଷିତ ସ୍ଥାନରେ ନାବାଳିକା ପ୍ରତିଦୁଷ୍କର୍ମ ଅଭିଯୋଗ ସମସ୍ତଙ୍କୁ ଚକିତ କରିଛି। ତେବେ ପୋଲିସ ସୂଚନା ଅନୁସାରେ ନାବାଳିକାଙ୍କ ପିତାସେନାରେ ଜଣେ ଗ୍ରୁପ-ଡି କର୍ମଚାରୀ ଅବସ୍ଥାପିତ ଥିବା ବେଳେ ଗିରଫ ଯୁବକ ପଡୋସୀଙ୍କ ସମ୍ପର୍କୀୟ। ସେହି ଦୃଷ୍ଟିରୁ କ୍ୟାମ୍ପକୁ ଅବାଧରେ ପ୍ରବେଶ କରିବା ସହ ଘରେ କେହି ନଥିବାର ସୁଯୋଗ ଉଠାଇ ନାବାଳିକା ପ୍ରତି ଦୁଷ୍କର୍ମ କରିଥିବା ପୋଲିସ କହିଛି।

ନାବାଳିକାର ବୟସ ୧୧ ବର୍ଷ ଓ ଯୁବକ ପଡିସା ଘରେ ରହୁଥିବା ମହିଳାଙ୍କ ଭାଇ ବୋଲି ପୋଲିସ କହିଛି। ଏନେଇ ମହାନଗର ମୈଦାନ ଥାନାରେ ପୀଡିତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଆଇପିସିର ୩୭୬(୨) ଧାରାରେ ମୋକଦ୍ଦମା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫକରିଛି । ପୋଲିସ ନାବାଳିକାକୁ ୱେଲଫେୟାର ହୋମରେ ରଖିଥିବା ବେଳେ ତାଙ୍କର ଡାକ୍ତରୀମାଇନା କରାଇଛି। ପୋଲିସ ପୀଡିତାଙ୍କର ମଧ୍ୟ ବୟାନ ରେକର୍ଡ କରିବ ବୋଲି କହିଛି ।  ତେବେ ମାମଲାରେ ପୂର୍ବ କମାଣ୍ଡ ମୁଖ୍ୟ କୌଣସି ମନ୍ତବ୍ୟ ଦେଇନାହାନ୍ତି।

   Related Posts